ମାଷ୍ଟର ମାଇଣ୍ଡ ଅଙ୍କୁର ଅଗ୍ରୱାଲଙ୍କ ନାଁରେ ଆଉ ଏକ ମାମଲା ରୁଜୁ : ମହିଳାଙ୍କ ନଗ୍ନ ଫଟୋ ଛାଡ଼ି ଦେବା ପାଇଁ କହି କରୁଥିଲା ବ୍ଲାକମେଲ୍‌

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ୨୮ ତାରିଖ ରାତିରେ ଟିଟିଲାଗଡ଼ର ହୋଟେଲ ବ୍ୟବସାୟୀ ଶିବଦୟାଲ ଜୈନଙ୍କୁ ନମ୍ବର ପ୍ଲେଟ ବିହୀନ ବୋଲେରୋ ଗାଡ଼ିରେ ଧକ୍କା ମାରି ହତ୍ୟା ଉଦ୍ୟମ ଘଟଣାରେ ଟିଟିଲାଗଡ଼ର ଅଙ୍କୁର ଅଗ୍ରୱାଲଙ୍କୁ ଗିରଫ କରିଥିଲା ପୋଲିସ । ସଂପୃକ୍ତ ମାମଲାରେ ବେଲ୍‌ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ତେବେ ପୋଲିସର ତଦନ୍ତ ଆଗକୁ ବଢ଼ିଥିବା ବେଳେ ଅଙ୍କୁର ନକଲି ସିମ୍‌ ବ୍ୟବହାର କରି ନଗ୍ନ ଫଟୋ ଛାଡ଼ି ଦେବା ପାଇଁ କହି ମହିଳାଙ୍କୁ କରୁଥିଲା ବ୍ଲାକମେଲ୍‌ କରୁଥିôା ଅଭିଯୋଗ ସାମ୍‌ମ୍ନାକୁ ଆସିଛି । ତେବେ ନକଲି ସିମ୍‌ ବାବଦରେ ଆଜି ଆଉ ଏକ ମାମଲା ଅଙ୍କୁରଙ୍କ ନାମରେ ରୁଜୁ ହୋଇଛି ସିନ୍ଧେକେଲା ଥାନାରେ । ଅଧିକ ତଥ୍ୟ ପାଇଁ ଅଙ୍କୁରଙ୍କୁ ରିମାଣ୍ଡରେ ଆଣିବ ପୋଲିସ ବୋଲି ସୂଚନା ମିଳିଛି । ତେବେ ଏଭଳି କାଣ୍ଡ ଭିଆଇ ରୋଜଗାର କରିବା ମୁଖ୍ୟ ଉଦ୍ଦେଶ୍ୟ ନା ବ୍ଲାକମେଲ କରି ଲୋକଙ୍କ ଇଜ୍ଜତ ବଜାରରେ ନିଲାମ୍‌ କରିବା ଧମକ୍‌ ଦେଇ ରୋଜଗାର କରୁଥିଲା ଅଙ୍କୁର ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । ପୁଣି ପ୍ରଶ୍ନ ଉଠୁୂଛି, ଆଉ କାହା କାହାକୁ ବ୍ଲାକମେଲ କରି ଅର୍ଥ ଆଦାୟ କରୁଥିଲା ଅଙ୍କୁର ? ଏ ସବୁ ଘଟଣାର ପର୍ଦ୍ଦାଫାଶ କରିବ ପୋଲିସ ।

Leave A Reply

Your email address will not be published.