ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଆଇଟିଡିଏ ପ୍ରଶିକ୍ଷଣ ଓ ସମ୍ମିଳନୀ କକ୍ଷ ଠାରେ ଉପ- ଜିଲ୍ଲାପାଳ, ପାନପୋଷ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ପାନପୋଷ ଉପଖଣ୍ଡର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମସ୍ତ ମହାବିଦ୍ୟାଳୟରେ ଥିବା ଭିତ୍ତିଭୂମି ଓ ଉନ୍ନୟନ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହାସହ ମହାବିଦ୍ୟାଳୟ ପରିସରରେ ପରିସ୍କାର ପରିଚ୍ଛନ୍ନତା ଓ ଆଇସିସି କମିଟି (Internal complaint commitee for women in work place) ବାବଦରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହା ସହ ସାମାଜିକ ସୁରକ୍ଷା ବିଭାଗର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିମନ୍ତେ ଥିବା ବୃତ୍ତି ବାବଦରେ ଉପଖଣ୍ଡ ସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମିନୁ ତାଣ୍ଡିଆ ସୂଚନା ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଗୁରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ନିମନ୍ତେ ଥିବା ବୃତ୍ତି ବାବଦରେ ସୂଚନା ପ୍ରଦାନ କଲେ । ଏହି ବୈଠକର ପରିଚାଳନାରେ ଦୁଇ ଉପ ବିଭାଗୀୟ ଅଧିକାରୀ ଫଣିନ୍ଦ୍ର ଭୂଷଣ ସାହୁ ଓ ଶ୍ରୀମତୀ ଲକ୍ଷ୍ମୀ ତାଣ୍ଡିଆ ସହଯୋଗ କରିଥିଲେ ।
Next Post