ଜୟପାଟଣା : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କରଞ୍ଜିଗୁଡା ଗ୍ରାମର ଡ୍ରାଇଭର ମହାସଙ୍ଘର ଉପ ସଭାପତି ଅଭିମନ୍ୟୁ ସାହୁ (୫୨)ଙ୍କ ରବିବାର ରାତିରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ଘରେ ଅସୁସ୍ଥ ପରେ ପରିବାର ଲୋକେ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିମନ୍ୟୁ ସାହୁ ପେଶାରେ ଜଣେ ଡ୍ରାଇଭର ଥିବାବେଳେ ବିଗତ ୫ ବର୍ଷ ଧରି ଡ୍ରାଇଭର ମହାସଙ୍ଘର ଜୟପାଟଣା ବ୍ଲକ ଉପ ସଭାପତି ଓ ମୁଖୀଗୁଡା ଗ୍ରାପ ପଞ୍ଚାୟତର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟରତ ଥିଲେ । ସେ ଜଣେ ମେଳାପୀ, ପରୋପକାରୀ, ସମାଜସେବି ବ୍ୟକ୍ତି ଥିଲେ । ତାଙ୍କ ଅକାଳ ବିୟୋଗରେ କଳାହାଣ୍ଡି ଜିଲ୍ଲା ଡ୍ରାଇଭର ମହାସଙ୍ଘ ସମେତ ଜୟପାଟଣା ବ୍ଲକ ସଙ୍ଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ତାଙ୍କ ମୃତ୍ୟୁ ପରିବାର ପାଇଁ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ତାଙ୍କ ଦୁଇ ପୁଅ ଓ ଦୁଇ ଝିଅ ସହ ସ୍ତ୍ରୀ ରହିଛନ୍ତି । ତାଙ୍କ ଶବଧାରରେ ଆତ୍ମୀୟ ସ୍ୱଜନଙ୍କ ସହ ଡ୍ରାଇଭର ମହାସଙ୍ଘର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବଡ଼ ପୁଅ ରିଙ୍କୁ ସାହୁ ବାପାଙ୍କ ମର ଶରୀରରେ ମୁଖାଗ୍ନି ଦେଇଥିଲେ ।