“ଆନ୍ତର୍ଜାତୀୟ ଅନୁବାଦ ଦିବସ” ପ୍ରତିବର୍ଷ ସେପ୍ଟେମ୍ବର ୩୦ ରେ ପାଳନ କରାଯାଏ । ଅନୁବାଦକମାନେ ହେଉଛନ୍ତି ସେହିମାନେ, ଯିଏ ବିଭିନ୍ନ ବିଶ୍ୱକୁ ଏକତ୍ର ବାନ୍ଧିଥାନ୍ତି । ଅନୁବାଦ କ୍ଷେତ୍ରରେ ଏକ ସାହିତ୍ୟିକ କୃତିର ଅନୁବାଦ, ବୃତ୍ତିଗତ ଅନୁବାଦ, ବ୍ୟାଖ୍ୟା ଏବଂ ଶବ୍ଦାବଳୀ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ଦିବସର ଲକ୍ଷ୍ୟ ସାରା ବିଶ୍ୱର ଭାଷାକୁ ସମ୍ମାନ ଦେବା। ଆପଣ କ’ଣ ଅନୁବାଦକ ବିନା ଏକ ବିଶ୍ୱ କଳ୍ପନା କରିପାରିବେ ? ଅନୁବାଦକ ବିନା ଏକ ବିଶ୍ୱର ଅର୍ଥ ହେବ ଏପରି ଏକ ବିଶ୍ୱ, ଯେଉଁଠାରେ ମହାନ ସାହିତ୍ୟିକ କୃତିଗୁଡ଼ିକ ଜଣାପଡିବ ନାହିଁ । ଅନୁବାଦକ ବିନା ବିଶ୍ୱ ଅସ୍ତିତ୍ୱ ପ୍ରାପ୍ତ ହୋଇ ପାରିବ ନାହିଁ ।
ଅନୁବାଦକମାନେ ସମାଜର ଏକ ଅପରିହାର୍ୟ୍ୟ ଅଂଶ ଏବଂ ଦେଶଗୁଡ଼ିକୁ ଏକାଠି କରିବା, ଆଲୋଚନା, ବୁଝାମଣା ଏବଂ ସହଯୋଗକୁ ସହଜ କରିବା, ଆନ୍ତର୍ଜାତୀୟ ଯୋଗାଯୋଗକୁ ସାହାଯ୍ୟ କରିବା, ସ୍ପଷ୍ଟତା ସଂରକ୍ଷଣ କରିବା ଏବଂ ଅନ୍ତର୍ଜାତୀୟ ସାର୍ବଜନୀନ ଆଲୋଚନାରେ ଏକ ସକାରାତ୍ମକ ପରିବେଶ ଏବଂ ଉତ୍ପାଦନଶୀଳତା ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ୧୯୫୩ ମସିହାରେ ଅନ୍ତର୍ଜାତୀୟ ଅନୁବାଦକ ମହାସଂଘ ଅନ୍ତର୍ଜାତୀୟ ଅନୁବାଦ ଦିବସ ଆରମ୍ଭ କରିଥିଲା । ଏହି ଦିନଟି ଅନୁବାଦକଙ୍କ କାର୍ୟ୍ୟକୁ କୃତଜ୍ଞତା ଅର୍ପଣ କରେ ଯେଉଁମାନେ ଭାଷା ପ୍ରତିବନ୍ଧକଗୁଡ଼ିକୁ ଭାଙ୍ଗି ଆମର ପାର୍ଥକ୍ୟକୁ ଦୂର କରିବାରେ ସାହାଯ୍ୟ କରନ୍ତି ।
ଆନ୍ତର୍ଜାତୀୟ ଅନୁବାଦ ଦିବସ ଆମର ପରିବର୍ତ୍ତିତ ବିଶ୍ୱରେ ସାଂସ୍କୃତିକ ଐତିହ୍ୟ ଏବଂ ପାରସ୍ପରିକ ସମ୍ମାନକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରେ । ବିଶ୍ୱାୟନ ବୃଦ୍ଧି ପାଇବା ସହିତ, ବାଣିଜ୍ୟ ବଜାରର ଗଠନ ଏବଂ ପ୍ରକ୍ରିୟାଗୁଡ଼ିକୁ ବଜାୟ ରଖିବା ପାଇଁ ଅନୁବାଦକଙ୍କ କାର୍ୟ୍ୟ ଅବିଚ୍ଛେଦ୍ୟ ପ୍ରମାଣିତ ହୋଇଯାଇଛି । ଅନୁବାଦକମାନେ ବ୍ୟବସାୟ, ବିଜ୍ଞାନ, ଔଷଧ, ପ୍ରଯୁକ୍ତିବିଦ୍ୟା, ରାଜନୀତି ଏବଂ ଅନ୍ୟାନ୍ୟ କ୍ଷେତ୍ରର ବିକାଶକୁ ପ୍ରଭାବିତ କରୁଥିବା ସଂଯୋଗ ବିନ୍ଦୁରେ ବସିଥାନ୍ତି।
ପରିଚୟ, ଯୋଗାଯୋଗ, ସାମାଜିକ ଏକୀକରଣ, ଶିକ୍ଷା ଏବଂ ବିକାଶ ପାଇଁ ଭାଷାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ । ବିକାଶ ପାଇଁ ସାଂସ୍କୃତିକ ବିବିଧତା ଏବଂ ଆନ୍ତଃସାଂସ୍କୃତିକ ଆଲୋଚନା ସୁନିଶ୍ଚିତ କରିବାରେ ଭାଷାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ହାସଲ କରିବାରେ ଏବଂ ସହଯୋଗକୁ ସୁଦୃଢ଼ କରିବାରେ, ଅନ୍ତର୍ଭୁକ୍ତ ଜ୍ଞାନ ସଂପନ୍ନ୍ନ ସମାଜ ଗଠନ କରିବାରେ ଏବଂ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣରେ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିର ଲାଭକୁ ସ୍ଥାୟୀ ବିକାଶ ପାଇଁ ପ୍ରୟୋଗ କରିବା ନିମନେ୍ନ୍ତ ରାଜନୈତିକ ଇଚ୍ଛାଶକ୍ତିକୁ ସଂଗଠିତ କରିବାରେ ସଚେତନତା ବୃଦ୍ଧି ପାଉଛି ଅନୁବାଦ ଦିଗ ପାଇଁ ।