jsm

ପରମ ପୂଜ୍ୟ ସ୍ଵାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳିତ

csstore

ଜୟପାଟଣା : ସେପ୍ଟେମ୍ୱର ୨୪ ତାରିଖ ଏକ ଚିର ସ୍ମରଣୀୟ ଦିନ । ଦିବ୍ୟ ଜୀବନ ସଂଘର ପ୍ରତ୍ୟେକ ଶାଖାରେ ଏହି ଦିନ ପରମ ପୂଜ୍ୟ ସ୍ଵାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳନ କରାଯାଏ । କଳାହାଣ୍ଡିର ଜୟପାଟଣା ସ୍ଥିତ ଦିବ୍ୟ ଜୀବନ ଶାଖାରେ ଶାଖାର ଅଧ୍ୟକ୍ଷ ପୂଜ୍ୟ ପୂର୍ଣ୍ଣାନନ୍ଦ ପୂରୀଙ୍କ ଅଧ୍ୟକ୍ଷତାରେ ଗୁରୁ ପାଦପୂଜା କରାଯାଇ ଭଜନ କୀର୍ତ୍ତନ ସ଼ହ ଦିବ୍ୟ ଜୀବନ ସଂଘର ପ୍ରତିଷ୍ଠାତା ସ୍ଵାମୀ ଶିବାନନ୍ଦ ସରସ୍ୱତୀଙ୍କୁ ସ୍ମରଣ କରି ତାଙ୍କର ପ୍ରିୟ ଶିଷ୍ୟ ସ୍ଵାମୀ ଚିଦାନନ୍ଦଙ୍କ ଜୟଗାନ କରିବା ସହ ଗୁରୁଙ୍କ ବାଣୀର ମହିମା ସଂପର୍କରେ ଆଲୋଚନା କରାଯାଇଥିଲା । ଶିଷ୍ୟ ପରି ଶିଷ୍ୟଟିଏ ଥିଲେ ପୂଜ୍ୟ ସ୍ୱାମୀଜୀ । ଆଧ୍ୟାତ୍ମିକ ଚେତନାର ମନ୍ଦାକିନୀ ପ୍ରବାହିତ କରି ମାନବ ଜୀବନକୁ ଧନ୍ୟ କରି ପାରିବାର ପଥ ପ୍ରଦର୍ଶନ କରିଛନ୍ତିି । ଆଜିର ଦିନରେ ତାଙ୍କ ଚରଣ ବନ୍ଦନ କରିବା ସ଼ହ ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବାର ପ୍ରୟାସ ଜାରି ରଖିବା ପାଇଁ ସ୍ୱ।ମୀ ପୂର୍ଣ୍ଣାନନ୍ଦ ପୂରୀ ଉପସ୍ଥିତ ଭକ୍ତବୃନ୍ଦଙ୍କୁ ମାର୍ଗ ଦର୍ଶନ କରିଥିଲେ । ପାଳନ କରାଯାଇଥିବା ପରମ ପୂଜ୍ୟ ଗୁରୁ ଦେବଙ୍କ ୧୦୯ତମ ଜୟନ୍ତୀରେ ଶାଖାର ସମ୍ପାଦକ ହରେକୃଷ୍ଣ ଦାସଙ୍କ ସହିତ ଗୁପ୍ତେଶ୍ୱର ପଣ୍ଡା, ପ୍ରଦ୍ୟୁମ୍ନ ପଣ୍ଡା, ଅଶ୍ଵିନ ପଣ୍ଡା, ସୁଶିଲ ପଣ୍ଡା, ଇଶ୍ଵର ପ୍ରସାଦ ମୁଣ୍ଡ ତଥା ଅନେକ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.