
କଟକ : ମା’ଙ୍କ ପାଦଠାରୁ ମସ୍ତକ ଯାଏଁ ସୁନାର ଚମକ । କେଉଁଠି ୧୨୦ କିଲୋ ତ କେଉଁଠି ୬୦ କିଲୋ ସୁନାରେ ସଜେଇ ହୋଇଛନ୍ତି ମା’ ଜଗତଜନନୀ । ପଶ୍ଚିମବଙ୍ଗର ଶିଲିଗୁଡ଼ିରେ ମା’ଙ୍କ ଗହଣାର ଓଜନ ପ୍ରାୟ ୧୨୦ କିଲୋ ହୋଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୧୨୦ରୁ ୧୪୦ କୋଟି ଟଙ୍କା ବୋଲି କୁହାଯାଉଛି । ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ପୋଲିସ ଓ ସଶସ୍ତ୍ର ବାହିନୀ । ଲାଗିଛି ୪୦ରୁ ଅଧିକ ସିସିଟିଭି । ସେପଟେ କଟକର ଚୌଧୁରୀ ବଜାର ପୂଜାମଣ୍ଡପରେ ୬୦ କିଲୋ ସୁନା ଅଳଙ୍କାରରେ ଝଲସୁଛନ୍ତି ମା’ ଦୁର୍ଗା ଓ ପାର୍ଶ୍ୱ ଦେବାଦେବୀ । ମେଢ଼ର ୧୧ଟି କଳିକା ମଧ୍ୟ ସୁନାରେ ନିର୍ମିତ । ୧୯୫୬ରେ ଅଢ଼େଇ କୁଇଣ୍ଟାଲ ଚାନ୍ଦିରେ ମେଢ଼ ନିର୍ମାଣରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଆଜି ସୁନାର ଚମକରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆଗକୁ ମା’ଙ୍କ ପ୍ରତିମାକୁ ସୁନାରେ ନିର୍ମାଣ କରିବାକୁ ମଧ୍ୟ ପୂଜା କମିଟିର ରହିଛି ଲକ୍ଷ୍ୟ ।