
ଝାରସୁଗୁଡ଼ାରେ ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟିପ୍ରସାଦ ଆହତ
ଝାରସୁଗୁଡ଼ା : ଝାରସୁଗୁଡ଼ାରେ ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟିପ୍ରସାଦର ବାମ ଗୋଡ଼ରେ ବାଜିଛି ଗୁଳି । ଆମ୍ବଦରହ ଜଙ୍ଗଲ ନିକଟରେ ଏହି ଏନକାଉଣ୍ଟର ହୋଇଛି । ଆହତ ବଣ୍ଟିକୁ କାବୁ କରି ପୋଲିସ ଖଳିଆକାନୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ପୋଲିସ ସୂଚନା ଅନୁସାରେ, ଚଢ଼ାଉ ସମୟରେ ବଣ୍ଟି ପ୍ରଥମେ ଗୁଳି ଚଳାଇଥିଲା । ଏହାର ପାଲଟା ଜବାବରେ ପୋଲିସ ଗୁଳି ଚଳାଇଥିଲା । ଘଟଣାସ୍ଥଳରୁ ବେଆଇନ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ବଣ୍ଟିପ୍ରସାଦ ନାଁରେ ବିଭିନ୍ନ ଥାନାରେ ୧୭ରୁ ଅଧିକ ମାମଲା ରହିଛି। ହତ୍ୟା ଉଦ୍ୟମ, ଡକାୟତି ଯୋଜନା, ସଂଗଠିତ ଅପରାଧ ଓ ବେଆଇନ ବନ୍ଧୁକ କାରବାର ଭଳି ଅଭିଯୋଗରେ ତା’ର ସମ୍ପୃକ୍ତି ଥିବା ପୋଲିସ କହିଛି।