jsm

ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଉଦଯାପିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୯ ତାରିଖରୁ ୭ ଦିନ ଧରି ଡିଗ୍ରୀ କଲେଜ କୁଶଙ୍ଗରେ ଚାଲିଥିବା ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ବିଜୟ କୁମାର କଲେଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱେଚ୍ଛାସେବୀମାନଙ୍କୁ ମାନପତ୍ର ବଣ୍ଟନ କରିଥିଲେ । ପ୍ରୋଗ୍ରାମ ଅଫିସର ଡ଼. ଲକ୍ଷ୍ମଣ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୌଷ୍ୟଗ୍ରାମ ବୁରୋମୁଣ୍ଡା ଏବଂ କଲେଜ ଖେଳପଡିଆ ପାର୍ଶ୍ୱରେ ବୃକ୍ଷରୋପଣ, ବୃକ୍ଷର ମହତ୍ତ୍ୱ ଓ ପରିବେଶ ସଂନ୍ତୁଳନ ଉପରେ ଲୋକଙ୍କ ପାଖକୁ ଯାଇ ବୁଝାଇବା, ମହାବିଦ୍ୟାଳୟ ପରିସରକୁ ସଫା କରିବା, ପ୍ରବନ୍ଧ ପ୍ରତିଯୋଗିତା, ସ୍ଵାସ୍ଥ୍ୟ ପରୀକ୍ଷା, ହେମୋଗ୍ଲୋବିନ ପରୀକ୍ଷା ସହିତ ଜାତୀୟ ସେବା ଯୋଜନା ଦିବସ ଅବସରରେ ରକ୍ତଦାନ ଶିବିରର ଆୟୋଜନ କରି ୩୬ ୟୁନିଟ ରକ୍ତ ସଂଗ୍ରହ ଭଳି ମହାନ କାର୍ଯ୍ୟ ଶିବିର ଅବଧିରେ ହୋଇଥିଲା । ୫୦ଟି ସ୍ୱେଚ୍ଛାସେବୀଙ୍କୁ ନେଇ ପରିଚାଳିତ ସେବା ଶିବିର ପାଇଁ କଲେଜର ସମସ୍ତ କର୍ମଚାରୀଙ୍କ ସହଯୋଗ ରହିଥିଲା ।

yuvodaya
Leave A Reply

Your email address will not be published.