csstore

ଏ କି ପ୍ରକାରର ଦାବୀ : ପଡ଼ିଛି ଝିଅର ଶବ, ଜାନି ଯୌତୁକକୁ ଫେରାଇ ଦେବା ପାଇଁ ବାପା ମାଁଙ୍କ ଦାବୀ

କେସିଙ୍ଗା, (ପ୍ରୀତେଶ ପଟେଲ) : ଗେଟ୍‌ରେ ପଡ଼ିଛି ତାଲା ,ଦ୍ୱାର ମୁହଁରେ ପଡି ରହିଛି ମୃତ ଦେହ । ଶାଶୁ ଶଶୁର ଫେରାର ଥିବା ବେଳେ ସ୍ୱାମୀ ଅଛି ଥାନାରେ, ମାଁ ପାଖରେ ବୁଲୁଛି ୮ ମାସର ଶିଶୁ ପୁତ୍ର , ଛୋଟ ନିଷ୍ପାପ ଛୁଆ ବା କି ଜାଣିଛି ଯେ, ତା ମାଆ ଆଉ ଏ ଦୁନିଆରେ ନାହିଁ, ସଂସାର ଛାଡ଼ି ଚାଲି ଯାଇଛି ଅଫେରା ଦୁନିଆକୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେସିଙ୍ଗା ବ୍ଲକ୍ ଭମର ମାଲ୍ ଗ୍ରାମରେ । ଗତକାଲି ଭମରମାଲ୍‌ର ଜଗନ୍ନାଥ ସାହୁଙ୍କ ସ୍ତ୍ରୀ କ୍ଷୀର ବତି ସାହୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ବରଣ କରିଥିଲେ । ଶଶୁର ଘର ଲୋକେ ବୋହୂ ବିସ ପି ଆତ୍ମ ହତ୍ୟା କରିଥିବା କହୁଥିବା ବେଳେ ବାପ ଘର ଲୋକେ ଝିଅ କୁ ବିଷ ପିଆଇ ମାରି ଦେଇଥିବା ଅଭିଯୋଗ କରିଥିଲେ ।ଏହି ଘଟଣା ପରେ ସ୍ଵାମୀ ଜଗନ୍ନାଥକୁ ପୋଲିସ ଗିରଫ କରିବା ପରେ ଶାଶୁ ଓ ଶଶୁର ଫେରାର ହୋଇଯାଇଥିବା ବେଳେ ପୋଲିସ ସାହାର୍ୟ୍ୟରେ ଶବକୁ ଭବାନୀ ପାଟନା ଠାରୁ ଭମର ମାଲକୁ ଅଣାଯାଇଥିଲା । ହେଲେ ଘରେ କେହି ନାହାନ୍ତି ଶବ ସତ୍କାର କରିବ କିଏ, ଫେରାର ଥିବା ଶାଶୁ ଶଶୁରଙ୍କୁ ଶୀଘ୍ର ଗିରଫ କରିବା ସହ ସେମାନଙ୍କ ଉପସ୍ଥିତି ରେ ଦେଇଥିବା ଜାନି ଯୌତୁକ କୁ ଫେରାଇ ଦେବା ଜିଦ୍ କରି ଜଗନ୍ନାଥ ଙ୍କ ଘର ସାମ୍ନାରେ ରାତି ତମାମ କ୍ଷୀର ବତି ଙ୍କ ଶବକୁ ପକାଇରଖିଲେ ବାପ ଘର ଲୋକେ । ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିବା ବେଳେ ସକାଳୁ ଘଟଣା ସ୍ଥଳରେ କେସିଙ୍ଗା ଏସ୍ ଡି ପି ଓ ଏବଂ ଆଇ ଆଇ ସି ନିଜ ପୋଲିସ ଟିମ୍‌ ସହ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହିତ ସ୍ୱାମୀ ଜଗନ୍ନାଥଙ୍କ ଉପସ୍ଥିତିରେ କ୍ଷୀର ବତିଙ୍କ ପରିବାର ବର୍ଗଙ୍କ ସାହାର୍ୟ୍ୟରେ ଆଣିଥିବା ଯୌତୁକ ଘରୁ ବାହାରକୁ ଆଣିବା ସହ କ୍ଷୀର ବତିଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ଏହି ଘଟଣାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବା ବେଳେ ପଡିରହିଥିବା ଝିଅ ର ଶବ ସତ୍କାର ବଡ଼ ନା ଝିଅ କୁ ଦେଇଥିବା ଯୌତୁକ ବଡ଼ । ପଡିରହିଥିବା ଝିଅର ଆତ୍ମା ଭାବୁଥିବ ମୋ ଶବ ସତ୍କାର କରି ସରିଲା ପରେ କଣ ଯୌତୁକ କାଢି ଥିଲେ ହୋଇ ନଥାନ୍ତା, ଏହା କି ପ୍ରକାରର ଆତ୍ମୀୟତା ମୋ ଶବକୁ ରାତି ତମାମ ପକାଇ ରଖିଲ, ମୋ ଶାଶୁ ଘର ଲୋକେ ମାରି ଦେଲେ ହେଲେ ତମେ ମରି ପଡ଼ିଥିବା ଶବକୁ ଏକଟିଆ ଛାଡ଼ି ଦେଇ ଯୌତୁକ ପଛରେ ଧାଇଁଲ । ଏହା କଣ ଶବକୁ ସମ୍ମାନ, ଏହା କଣ ମାନବିକତା ?

jayashree
Leave A Reply

Your email address will not be published.