- କାହ୍ନୁଚରଣ ଥିଲେ କାଳଜୟୀ କଥାକାର
- ଆଧୁନିକ ଓଡ଼ିଆ ସାହିତ୍ୟର ଲବ୍ଧ ପ୍ରତିଷ୍ଠ କଥାକାର କାହ୍ନୁ ଚରଣ
ରାଉରକେଲା, (ସସ୍ମିତା ପ୍ରଧାନ) : ଫକୀର ମୋହନ ସେନାପତିଙ୍କ ପରେ ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର କର୍ଣ୍ଣଧାର ଥିଲେ କାହ୍ନୁଚରଣ ମହାନ୍ତି । ତାଙ୍କର ପ୍ରାୟ ରଚନାରେ ମଣିଷ ପଣିଆ ଓ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହାବସ୍ଥାନ ଓ ଗ୍ରାମୀଣ ଓଡ଼ିଶାର ପୃଷ୍ଠଭୂମି ଚିତ୍ରିତ । ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ ହା’ ଅନ୍ନରେ ଦୈବୀ ଦୁର୍ଯ୍ୟେଗ ସମୟରେ ମଣିଷର ଅସହାୟତାର ନିଚ୍ଛକ ଚିତ୍ର ପ୍ରତିପାଦିତ । ୧୧ ଅଗଷ୍ଟ, ୧୯୦୬ରେ ଜନ୍ମଗ୍ରହଣ କରିଥିବା କାହ୍ନୁଚରଣ ୧୯୩୦ରୁ ୧୯୮୫, ଦୀର୍ଘ ଛଅ ଦଶନ୍ଧିର ସାହିତ୍ୟ ରଚନା କାଳ ମଧ୍ୟରେ ୫୦ଟି ଉପନ୍ୟାସ ସହ ୬୦ ଖଣ୍ଡ ପୁସ୍ତକ ରଚନା କରି ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି । ୧୯୫୬ ମସିହାରେ ପ୍ରକାଶିତ ‘କା’ ଉପନ୍ୟାସ ପାଇଁ ସେ ୧୯୫୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ସହ ସାହିତ୍ୟ ଏକାଡେମୀର ଫେଲୋ ମଧ୍ୟ ହୋଇଥିଲେ । ସହରର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଉପସ୍ଥିତିରେ ଉପଦେଷ୍ଟା ଭାରତ ଭୂଷଣ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାହ୍ନୁଚରଣ ମହାନ୍ତିଙ୍କ ୧୨୦ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ସାମଗ୍ରୀ ପରିଚାଳନା ବିଭାଗର ସେବା ନିବୃତ ନିର୍ବାହୀ ନିର୍ଦ୍ଦେଶକ ସୋମନାଥ ତ୍ରିପାଠୀ ଏବଂ ମୁଖ୍ୟ ବକ୍ତା ଭାବେ ଶାନ୍ତିନିକେତନ ବିଶ୍ଵ ଭାରତୀର ଅବସରପ୍ରାପ୍ତ ପ୍ରଫେସର ଡ. ମନୋରଂଜନ ପ୍ରଧାନ ଯୋଗଦେଇ ଆଧୁନିକ ଓଡ଼ିଆ ସାହିତ୍ୟକୁ କାହ୍ନୁଚରଣ ମହାନ୍ତିଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରି ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟ କ୍ରମ ପ୍ରାରମ୍ଭରେ ଅତିଥିମାନେ କାହ୍ନୁଚରଣଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଅନ୍ୟତମ ଉପସଭାପତି ଡ. ପ୍ରଭାତ କୁମାର ମଲ୍ଲିକ ପ୍ରାରମ୍ଭିକ ସୂଚନା ପ୍ରଦାନ ଏବଂ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଭାପତି ପ୍ରତାପ କୁମାର ସ୍ୱାଇଁ ସ୍ୱାଗତ ଅଭିଭାଷଣ ପ୍ରଦାନ ପରେ କାର୍ଯ୍ୟକ୍ରମର ଆବାହକ ଭାରତ ଭୂଷଣ ମହାନ୍ତି କାହ୍ନୁଚରଣଙ୍କ କୃତି ସମ୍ପର୍କରେ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ସାଧାରଣ ସମ୍ପାଦକ ଘନଶ୍ୟାମ ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର କର୍ମକର୍ତ୍ତା ରଶ୍ମି ରଞ୍ଜନ ବୋଇତାଇ, ରାଧାମୋହନ ନାୟକ, ଲକ୍ଷ୍ମଣ ନାଥ ଦାସ, ଇନ୍ଦ୍ରମଣି ମହାପାତ୍ର, ସ୍ମିତା ମିଶ୍ର, ରଶ୍ମି ସାହୁ, ଅରବିନ୍ଦ ପାତ୍ର, ଧରଣୀଧର ସାମଲ, ବିପିନ ବିହାରୀ ପଟ୍ଟନାୟକ, ଅଶୋକ କୁମାର ପଟ୍ଟନାୟକ, ପ୍ରସନ୍ନ କୁମାର ମହାନ୍ତି, ସୁଭ୍ରାଂଶୁ ଶେଖର ମହାପାତ୍ର, ସତ୍ୟନାରାୟଣ ଦାଶ, ବରୁଣ କୁମାର ନାହାକ, ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ସହାୟତା କରିଥିବାବେଳେ ରାଜୀବ ପାଣି, ଅକ୍ଷୟ କୁମାର ସାମଲ, ରବୀନ୍ଦ୍ର ନାଥ ପଣ୍ଡା, କାଶୀନାଥ ନନ୍ଦୀ, ବ୍ରଜେନ୍ଦ୍ର ଦାଶ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ବବିତା ମହାପାତ୍ର, ଅଜୟ କୁମାର ପାଣି, ସଂଜୀବ କୁମାର ଭୋଇ, ଅଶ୍ଳେଷା ଅଭିଲିପ୍ସା ପଣ୍ଡା, ଅର୍ଚ୍ଚନା ପାତ୍ର, ବିଜୟିନୀ ଜେନା, ଗଙ୍ଗାଧର ପୁହାଣ, ବଳରାମ ରାଉଳ, ଡା. କୃପାସିନ୍ଧୁ ନାୟକ, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ଜଗନ୍ନାଥ ରାଉତ, ଅଜୟ କୁମାର ପ୍ରଧାନ, ଡ. କରୁଣାକର ପାଟ୍ଟଶାଣୀ, ସବିତା ବସ୍ତିଆ, ତାରିଣୀ ଚରଣ ସାହୁ, ଗଗନ ବିହାରୀ ଧଳ, ପ୍ରମୋଦ କୁମାର ପତି, ଅଜୟ କୁମାର ମହାନ୍ତି, ତ୍ରିଲୋଚନ ସ୍ୱାଇଁ, ଆଶିଷ କୁମାର ଦାଶ, ବବିତା ଦାଶ, ସୁକାନ୍ତ ମହାପାତ୍ର, ପଶୁପତିନାଥ ଚାଟାର୍ଜୀ, ନରେନ୍ଦ୍ର କୁମାର ସାହୁ, କୈଳାଶ ଚନ୍ଦ୍ର ତାହାରି, ଲକ୍ଷ୍ମୀଧର ସାମଲ, ଗୌତମ ଦାସ, ମହେନ୍ଦ୍ର କୁମାର ଦାସ, ଗୌତମ ସିଂହ, ପ୍ରତାପ କୁମାର ପଣ୍ଡା, ଦିଲୀପ କୁମାର ବୋଷ, ଶ୍ରୀଧର ସୁନା ପ୍ରମୁଖଙ୍କ ସହ ସହରର ବିଭିନ୍ନ ସାହିତ୍ୟ ଅନୁଷ୍ଠାନର ପ୍ରତିନିଧିଙ୍କ ସହ ବହୁ ସାହିତ୍ୟିକ ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।