csstore

ଆମ ଓଡ଼ିଶା ଗୁଡଭେଲା ଶାଖା ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମାରେ ନିଶା ନିବାରଣ ବ୍ରତ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ଆମ ଓଡ଼ିଶା ଗୁଡଭେଲା ଶାଖା ପକ୍ଷରୁ ତୁଷୁରା ଗାୟତ୍ରୀ ମନ୍ଦିର ପରିସରରେ ଗାୟତ୍ରୀ ପରିବାର, ମାରୱାଡ଼ି ମହିଳା ସମିତି ଓ ଜାଗୃତି ଶାଖାର ମିଳିତ ଉଦ୍ୟମରେ ସମ୍ବାଦ ସାହିତ୍ୟ ଘରର ସଭାପତି ଡ଼ଃ ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ନଥୁରାମ କେଡିଆ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଜଗଦୀଶ କେଡିଆ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗାୟତ୍ରୀ ମନ୍ଦିରର ମୁଖ୍ୟ ପୁରୋଧା ରାଧା ରମଣ କେଡିଆ, ଜାଗୃତି ଶାଖାର ସଂପାଦିକା କବିତା ଶର୍ମା ଓ ମାରୱାଡ଼ି ମହିଳା ସମିତି ସଭାନେତ୍ରୀ ଶାରଦା ଦେବୀ କେଡିଆ ଯୋଗ ଦେଇଥିଲେ । ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଡଃ ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିଲେ । ପୂଜକ ସନ୍ତୋଷ କୁମାର ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କବୟିତ୍ରୀ ତୃପ୍ତିମୟୀ ତ୍ରିପାଠୀ ସସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଓ ଯୁଗ୍ମ ସମ୍ପାଦକ ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ବାଦ ପ୍ରତିନିଧି ତଥା ସଂଯୋଜକ ଅରବିନ୍ଦ ବିଶ୍ୱାଲ, ବିଶିଷ୍ଟ ସମାଜସେବୀ ପିଙ୍କୁ ଅଗ୍ରୱାଲ, ସନ୍ତୋଷ କୁମାର ବେହେରା, ଦୀପକ ସାହୁ, ପ୍ରମୋଦ ସା, ଗୋପାଳ ଶାମଲ, ଭିକାରୀ ସାହୁ, ସାଉଁରିଆ ଜୈନ, ଚନ୍ଦ୍ର ଭାନ ଜୈନ, ଆଶୁତୋଷ କେଡିଆ, ବାଲ ବିକାଶ ପ୍ରମୁଖ ଊଷା କେଡିଆ, ନିର୍ମଳା ଅଗ୍ରୱାଲ, ସ୍ୱିଟି ଅଗ୍ରୱାଲ, ସଂଜୁ ଜୈନ, ରାମା ଜୈନ, ରିଙ୍କି ଅଗ୍ରୱାଲ, ଭାବନା କେଡିଆ, ସନ୍ତୋଷ ଅଗ୍ରୱାଲ, କଲ୍ୟାଣୀ ମେହେର, ସୋନମ କେଡିଆ ଓ ବବିତା ନାୟକ ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ ଭଉଣୀମାନେ ଭାଇମାନଙ୍କୁ ବ୍ୟସନ ମୁକ୍ତି ଅଭିଯାନ ପୁସ୍ତକ ଉପହାର ସ୍ୱରୂପ ଭେଟି ଦେଇଥିଲେ । ଏଥିରେ ୨୫ ଜଣ ଭଉଣୀ ଓ ୩୫ ଜଣ ଭାଇ ଅଂଶ ଗ୍ରହଣ କରି ଭାଇମାନେ ନିଶା ଦ୍ରବ୍ୟ ସେବନ ନକରିବା ପାଇଁ ଶପଥ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.