ଦ ହ୍ୟୁମାନିଟୀ ଫାଉଣ୍ଡେସନ ପକ୍ଷରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦ ହ୍ୟୁମାନିଟୀ ଫାଉଣ୍ଡେସନ ତରଫରୁ ବାଳସୁଧାର ଗୃହ ଠାରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଏବଂ ସମ୍ମାନିତ ଅତିଥି ବୃନ୍ଦ ଉପସ୍ଥିତ ହୋଇ କାର୍ଯ୍ୟକ୍ରମଟିକୁ ସଫଳ ରୂପେ ସମ୍ପାଦନ କରିଥିଲେ । ବାଳ ସୁଧାର ଗୃହରେ ପ୍ରାୟ ୮୦ ଜଣ ଅନ୍ତେବାସୀ ମାନଙ୍କୁ ରାକ୍ଷୀ ବାନ୍ଧି ମିଷ୍ଠାନ ବଣ୍ଟନ କରିଥିଲେ ଓ କିଛି ମେଧାବୀ ଛାତ୍ରଙ୍କୁ ତାଙ୍କର ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଁ ଫାଉଣ୍ଡେସନ ତରଫରୁ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ରାଜେନ୍ଦ୍ର ପ୍ରସାଦ ଗୁପ୍ତା, ସମ୍ମାନିତ ଅତିଥି ଭାବେ ଉଦ୍ୟୋଗପତି ଦୀପକ ଦାସ, ଅବସରପ୍ରାପ୍ତ ଅଧ୍ୟକ୍ଷ ସରୋଜ ଚନ୍ଦ୍ର ପାଣିଗ୍ରାହୀ , ବାଳ ସୁଧାର ଗୃହ ଶିକ୍ଷକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ବସନ୍ତ ପାଠୀ ଓ ଆର୍‌ କେ ସିହ୍ନାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ହ୍ୟୁମାନିଟୀ ଫାଉଣ୍ଡେସନ ଅଧ୍ୟକ୍ଷା ଦୀପ୍ତି ସୁନ୍ଦରାୟ, ସମ୍ପାଦିକା ଲିନା ତ୍ରିପାଠୀ, ସହ ସମ୍ପାଦିକା ଶୁଭଲକ୍ଷ୍ମୀ ପାତ୍ର, ପ୍ରଜ୍ଞା ପାରମିତା ଦାସ, ଶୁଭଶ୍ରୀ ସ୍ୱାଇଁ, ପ୍ରିୟଙ୍କା ପାଣି, ରଶ୍ମିତା ମଲ୍ଲିକ, ରାମଚନ୍ଦ୍ର ସାହୁ, ସତ୍ୟ ବଡ଼ାଇକ, ଛାତ୍ର ନେତା ସନ୍ତୋଷ ହୋତା ପ୍ରମୁଖ ଉପସ୍ଥିତ ରହି ରାକ୍ଷୀ ପୂର୍ଣ୍ଣିମା କାର୍ଯ୍ୟକର୍ମଟିକୁ ସଫଳ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମାଜସେବୀ ବିଜୟାନନ୍ଦ ସୁନ୍ଦରାୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.