csstore

ନାଟ୍ୟ କର୍ମଶାଳା ଉଦଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ, ଓଡ଼ିଶା ନାଟ୍ୟ ସଂଘ ଓ ରାଉରକେଲା ଇସ୍ପାତ କାରଖାନାର ମିଳିତ ଆନୁକୂଲ୍ୟରେ ଆୟୋଜିତ ୧୫ ଦିନିଆ ପ୍ରଯୋଜନା ଭିତ୍ତିକ ନାଟ୍ୟ କର୍ମଶାଳା ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରେକ୍ଷାଳୟଠାରେ ଆନୁଷ୍ଠାନିକ ଭାବେ ଆର୍‌ଏସ୍‌ପିର ମୁଖ୍ୟ ମହାପ୍ରବନ୍ଧକ ଟି. ଜି. କାନେକରଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନାଟ୍ୟ କର୍ମଶାଳାର ନିର୍ଦ୍ଦେଶକ ଦେବାନନ୍ଦ ନାୟକ, ଓଡ଼ିଶା ନାଟ୍ୟ ସଂଘର ଉପଦେଷ୍ଟା ଡ. ସମର ମୁଦାଲି, ଭାସ୍କର ମହାପାତ୍ର, କୈଳାଶ ପାଣିଗ୍ରାହୀ, ନାଟ୍ୟ କର୍ମଶାଳାର ସଂଯୋଜକ ଆଲୋକ ବୋଷ, ସହ ସଂଯୋଜକ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, ଏକତ୍ର ସଭାପତି ରାଜୀବ ପାଣି, ସମ୍ପାଦକ ବିଜୟ କୁମାର ପାତ୍ର, ଓଡ଼ିଶା ନାଟ୍ୟ ସଂଘର ଜିଲ୍ଲା ସହ ସଂଯୋଜିକା କନକଲତା ଦାସ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ । ଏହି କର୍ମଶାଳା ୮ ତାରିଖ ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୨ ତାରିଖ ଦିନ ସିଭିକ ସେଣ୍ଟର୍ ଠାରେ ୨୫ ଜଣ ଶିକ୍ଷାର୍ଥୀଙ୍କ ଦ୍ୱାରା ଏକ ନାଟକ ମଞ୍ଚସ୍ଥ ହେବ ବୋଲି ସୂଚନା ମିଳିଛି ।

jayashree
Leave A Reply

Your email address will not be published.