ପବିତ୍ର ରାକ୍ଷୀବନ୍ଧନ ଓ ପୂଜ୍ୟପୂଜା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ କମ୍ୟୁନିଟି ସେଣ୍ଟର୍ ଓ ନିଃଶୁଳ୍କ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ତରଫରୁ ମହାପ୍ରଭୁ ଶ୍ରୀ ଶ୍ରୀ ବଳଭଦ୍ରଙ୍କ ପବିତ୍ର ଜନ୍ମୋତ୍ସବ ଉପଲକ୍ଷେ ରାକ୍ଷୀବନ୍ଧନ ଓ ପୂଜ୍ୟପୂଜା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । କମ୍ୟୁନିଟି ସେଣ୍ଟରର ସଭାପତି ରାମଚନ୍ଦ୍ର ଗୌଡଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ଗିରିଶ ଚନ୍ଦ୍ର ଶତପଥୀଙ୍କ ଆବାହକତ୍ୱ ତଥା ଯୋଗଗୁରୁ ତପସ୍ଵିନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାସନ୍ତୀ ପୂଜା ପରିଷଦର ସଭାପତି ତଥା ଖଣ୍ଡାୟତ କ୍ଷତ୍ରିୟ ମହାସଭା ର ସାଧାରଣ ସମ୍ପାଦକ ଶଶଧର ପାତ୍ର, ସମାଜସେବୀ ଅନିରୁଦ୍ଧ ବିଶ୍ୱାଳ ଓ ଯୋଗଗୁରୁ ବିଭୁତି ଭୁଷଣ ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକମାନେ ଯୋଗଦେଇ ନିଜର ଖୁସି ଜାହିର କରୁଥିବାରୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଦେଇଥିଲେ । ଏହା ସହ ଯୋଗ କିପରି ମଣିଷ ଜୀବନକୁ ଶୃଙ୍ଖଳିତ ଓ ସୁସ୍ଥ ରଖେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅର୍ଜୁନ ଭୂୟାଁ ଓ ଚନ୍ଦ୍ରଶେଖର ମହାରଣା ବକ୍ତବ୍ୟ ରଖିଥିଲେ । ଅନ୍ୟମାନେ ଏଭଳି କାର୍ଯ୍ୟକ୍ରମ ପ୍ରଥମ କରି ହେଉଥିବାରୁ ସ୍ୱାଗତ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଗୋ ପୂଜନ ସହ ସମସ୍ତ ଭାଇଭଉଣୀଙ୍କୁ ରାକ୍ଷୀ ବାନ୍ଧି ଶୁଭକାମନା କରି ମିଷ୍ଟାନ୍ନ ଖୁଆଇଥିଲେ । ଏହି କାର୍ଯ୍ୟକ୍ରମରେ ଅମୀୟଲତା ସାହୁ, ଗାୟତ୍ରୀ ମହାନ୍ତି, ସୁଶ୍ରୀ ସଂଗୀତା ମିଶ୍ର, ସୁଜାତା ଦଣ୍ଡପାଟ, ନିବେଦିତା ସାହୁ, ଯଶୋବନ୍ତ ପୋଢ, ଆଦିତ୍ୟ ପଣ୍ଡା, ଶ୍ରୀକାନ୍ତ ବିଶ୍ୱାଳ, ପ୍ରିୟବ୍ରତ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ଗୌଡ଼ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ତଥା ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.