oom

ଟିଟିଲାଗଡ଼ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ (ରାସ୍ତା ଓ ଗୃହ) ଉପ ବିଭାଜକ ଦିଲେଶ୍ୱର ମାଝୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଥିବା ସୂଚନା ମିଳିଛି । ତେବେ ପୂର୍ବ ସରକାର ଥିଲାବେଳେ ବହୁ ବେନିୟମ ତଥା ଘୋଟାଲା କରିଥିବା ଲିଖିତ ଅଭିଯୋଗ ହୋଇଥିଲା । ବିରୋଧୀ ମଧ୍ୟ ଏନେଇ ବହୁତ ଥର ଆନ୍ଦୋଳନ କରିଥିଲେ । ଏବେ ଭିଜିଲାନ୍ସ ଚଢ଼ାଉ ପରେ ସବୁ ତଥ୍ୟ ପଦାକୁ ଆସିବ ବୋଲି ସହରରେ ଚର୍ଚ୍ଚା ହେଉଛି । ଅଫିସରେ ତାଲା ପଡ଼ିଥିବା ବେଳେ ଦିଲେଶ୍ୱର ମାଝୀଙ୍କ ସରକାରୀ ବାସଭବନରେ ବଢ଼ି ଭୋରରୁ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.