ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣର ନିଧ ସଂଗ୍ରହର ପ୍ରାରମ୍ଭ

ବୌଦ୍ଧ, (ବଂଶୀଧର ମାଝୀ) : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବିଳାସପୁର ଦ୍ବାରା ଶିବ ମନ୍ଦିର ଠାରେ ଏକ ହୋମଯଜ୍ଞ ଆୟୋଜନ କରାଯାଇଥିଲା । ଏଥିରେ ମନମୁଣ୍ଡା ବାସୁଦେବ ପାଲି ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ଦେବବ୍ରତ ପାଣିଗ୍ରାହୀ ଓ ରାମଜୀ ମଠର ବାବା ଗୋବର୍ଦ୍ଧନ ଦାସ ଯୋଗଦେଇ ଶ୍ରୀରାମଙ୍କ ଅମୃତ ବାଣୀ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ ମିତ୍ରଭାନୁ ନନ୍ଦ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣର ଐତିହାସିକ କାହାଣୀ ଶୁଣାଥିଲେ । ବିଦ୍ୟାଳୟର ସଭାପତି ସୁଦାମ ଚରଣ ଖମାରୀ ଅଭିଭାଷଣ ପ୍ରଦାନ କରିଥିଲେ ଓ ସମ୍ପାଦକ ହିତେନ୍ଦୁ ଭୂଷଣ ମେଣ୍ଡିଲି କାର୍ୟ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ । ଗୁରୁମା ପଦ୍ମିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.