ବଲାଙ୍ଗିର ଜିଲ୍ଲାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ । ସଦର ମହାକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି ବୈଠକରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଅତିରିକ୍ତ ଜିଲାପାଳ ଡ଼ ବିଜୟାନନ୍ଦ ସେଠୀ, ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ତରଣୀ ସୁନା, ଟିଟିଲାଗଡ଼ ଉପଜିଲ୍ଲାପାଳ ରହାନ ଖେତ୍ରି , ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ସମେତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟତଃ ଦାଦନ ସମସ୍ୟା ଓ ଏହାର ପ୍ରତିକାର ତଥା ହର ଘର ଜଳ, ଗ୍ରାମୀଣ ଘର, ସ୍ୱଚ୍ଛ ଭାରତ ମିଶନ, ମନରେଗା ସମ୍ପର୍କରେ ଆଲୋଚନା କରିଥିଲେ । ମନରେଗାରେ ଶ୍ରମିକ ମାନଙ୍କୁ ଧାର୍ଯ୍ୟ ଦିନ କାମ ମିଳୁଛି ନା ନାହିଁ ପଚାରି ଥିଲେ । ସେହିପରି ଦାଦନ ସମସ୍ୟାକୁ କମ କରିବାକୁ ଅଧିକାରୀ କଣ ନୂତନ ପଦକ୍ଷେପ ନେଇଛନ୍ତି ପଚାରିଥିଲେ । ଚାଷୀଙ୍କ ଆୟ ପ୍ରତି ଅଧିକାରୀ ଯତ୍ନବାନ ହେଲେ ଚାଷୀ ଦାଦନ କମିବ । ଜିଲ୍ଲାପ୍ରଶାସନ ବିଭିନ୍ନ ସମସ୍ୟା ଗୁଡିକ କ୍ଲଷ୍ଟର ତିଆରି କରିଲେ ଅଧିକ ରୁ ଅଧିକ ସମାଧାନ ମିଳିବ ବୋଲି କହିଥିଲେ । ଆଗାମୀ ଦିନରେ ଗ୍ରାମ ପଞ୍ଚାୟତକୁ ଯାଇ ସମୀକ୍ଷା କରିବା ସହ ଘରକୁ ଘର ଯାଇ ମନରେଗା ବାବଦରେ କର୍ମ ନିଯୁକ୍ତି ମିଳୁଛି କି ନାହିଁ , କେହି କାମ ନ କରି ମିଛ ବିଲ ପାଇଥିଲେ ସାମିଲ ଥିବା ସମସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସେହିପରି ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ବିଭିନ୍ନ ଯୋଜନା ସାହାଯ୍ୟରେ କାମ ଯୋଗେଇ ଦିଆ ଯାଉଛି ଏବଂ ଏହି ସଂଖ୍ୟା ବଢେଇବାକୁ ସମସ୍ତ ଅଧିକାରୀଙ୍କୁ କହିଥିଲେ । ସରକାର ଲୋକଙ୍କ ପାଇଁ କାମ କରୁଛି ଏବଂ ଏଥିପାଇଁ ଅଧିକାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ । ଲୋକଙ୍କ ଦରକାର ମୁତାବକ ପ୍ରକଳ୍ପ ହେଲେ ହିଁ ସମସ୍ୟାର ସମାଧାନ ହେଇପାରିବ ବୋଲି ସେ କହିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.