ସୁବର୍ଣ୍ଣପୁରଠାରେ ଜାତୀୟ ଭୋଟର ଦିବସ ପାଳିତ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ଭାରତ ବର୍ଷର ଗଣତାନ୍ତ୍ରିକ ଅସ୍ମିତା ଓ ଜନଗଣଙ୍କ ଭୋଟ ଅଧିକାରକୁ ଅକ୍ଷୁଣ୍ଣ ରଖିବା ଲକ୍ଷ୍ୟରେ ଆଜି ଜାତୀୟ ଭୋଟର ଦିବସ ସୁବର୍ଣ୍ଣପୁରଠାରେ ପାଳିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟ ନାରାୟଣ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଜାତୀୟ ଭୋଟର ଦିବସରେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ସଶକ୍ତ, ସୁରକ୍ଷିତ ରଖିବାକୁ ଭୋଟର ସଂକଳ୍ପ ପାଠ କରାଯାଇଛି । ଭାରତ ନିର୍ବାଚନ ଆୟୋଗ ଓ ଜିଲ୍ଲା ପ୍ରଶାସନ ଦ୍ବାରା ଅନୁଷ୍ଠିତ କାର୍ୟ୍ୟକ୍ରମରେ ଉପ ଜିଲ୍ଲାପାଳ ନିହାର ରଂଜନ କହଁର, ଜିଲ୍ଲା ଜରୁରୀକାଳିନ ଅଧିକାରୀ ମୁକ୍ତେଶ୍ବର ପାଣିଗ୍ରାହୀ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶ୍ବିନୀ ଭୋଇ ପ୍ରମୁଖ ଯୋଗଦେଇ ଦେଶର ବିକାଶ ତଥା ନିର୍ବାଚନ ସମୟରେ ଭୋଟରମାନେ ଅଧିକ ସତର୍କ ଓ ସଚେତନ ହେବା ଜରୁରୀ ହୋଇପଡିଛି ବୋଲି ଆଲୋଚନା କରିଛନ୍ତି । ଏହି ଅବସରରେ ନୂତନ ଭାବେ ପଂଜୀକୃତ ହୋଇଥିବା କେତେଜଣ ନୂଆଁ ଭୋଟରଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିବାବେଳେ ନୂତନ ସଂଶୋଧିତ ଭୋଟର ତାଲିକାର ଉନ୍ମୋଚନ କରାଯାଇଥିଲା ।

Leave A Reply

Your email address will not be published.