oom

ଜାତୀୟ ବାଳିକା ଦିବସ ପାଳିତ

jsmm

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ଅନ୍ତର୍ଗତ କମସରା ଗ୍ରାମର ବିଦ୍ୟାଳୟରେ ଆଜି ଜାତୀୟ ବାଳିକା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗାଁ ଦାଣ୍ଡରେ ପରିକ୍ରମା କରି ଝିଅମାନଙ୍କ ପାଠପଢ଼ା, ସାହସିକତା କାର୍ୟ୍ୟ ଇତ୍ୟାଦି ବିଷୟରେ ଉଦାହରଣ ଦେଇ ଲୋକମାନଙ୍କୁ ଜଣାଇଥିଲେ । ତା ସହିତ ଗାଁ ସାରା ଭ୍ରମଣ କରି ଝିଅମାନଙ୍କ ସହିତ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିଷୟରେ ସତର୍କ ରହି ଅନ୍ୟାୟ କୁ ସହ୍ୟ ନ କରି ଅତ୍ୟାଚାରୀ ମାନଙ୍କ ବିରୁଦ୍ଧରେ ଲଢେଇ କରିବା ପାଇଁ ବାପା ମା ମାନଙ୍କୁ ଉତ୍ସାହିତ କରାଇଥିଲେ । ଆଜି କାଲି ଝିଅମାନେ ସବୁ କ୍ଷେତ୍ରରେ ସୁନାମ ଅର୍ଜନ କରୁଛନ୍ତି । ପାଠପଢ଼ା ହେଉ କି ସାହସିକତା କ୍ଷେତ୍ରରେ ହେଉ ସେମାନେ ବି ପିଲାମାନଙ୍କ ଠୁ କମ୍ ନୁହନ୍ତି । ବରଂ କେତେକ କ୍ଷେତ୍ରରେ ପିଲାମାନଙ୍କୁ ପଛରେ ପକାଇ ଦେଉଛନ୍ତି । ଆସନ୍ତୁ ଆମେ ସମସ୍ତେ ଆଜି ଏହି ଜାତୀୟ ବାଳିକା ଦିବସ ଉପଲକ୍ଷେ ଗୋଟିଏ ଶପଥ ନେବା କି ପିଲା ହେଉ କି ଝିଅ ହେଉ ସମାଜର ଯେକୋୖଣସି କ୍ଷେତ୍ରରେ ସମାନ ଅଧିକାର ଦେବା ଏବଂ ସେମାନ‌ଙ୍କୁ ପ୍ରେରଣା ଦେଇ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିବା ।

jittmm
Leave A Reply

Your email address will not be published.