
ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ୨୦୨୪-୨୫ ବର୍ଷରେ ଅନୁଷ୍ଠିତ ସରକାରୀ ବୃତ୍ତି ପରୀକ୍ଷାରେ ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବିଦ୍ୟାର୍ଥୀ ସଫଳତା ହାସଲ କରିଥିବା ଜଣାଯାଇଛି । ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଛାତ୍ରୀ ପ୍ରାଚୀ ସମୀକ୍ଷା ସାହୁ ବୃତ୍ତି ପାଇବାକୁ ଯୋଗ୍ୟତା ହାସଲ କରିଥିବା ବେଳେ ପଞ୍ଚମ ଶ୍ରେଣୀ ପାଇଁ ସୁଶ୍ରୀ ସିଦ୍ଧିକ୍ଷା ପୂଜାହାରୀ ଓ ଆଦର୍ଶ ବେହେରା ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କ ଏତାଦୃଶ ସଫଳତାରେ ସ୍ଥାନୀୟ ଅଭିଭାବକ ତଥା ଗୁରୁଜୀ ଗୁରୁମା ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।