csstore

ଅଲାତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ମ.ରାମପୁର, (ପି.କେ. ସାହୁ) କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଚୁଡାମଣି ରଣାଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସସ୍ମିତା ନାଗ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍‌ ତଥା ନାଟ୍ୟ ନିର୍ଦ୍ଦେଶକ ଖଗେଶ୍ୱର ରଣା, ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ ଘନଶ୍ୟାମ ବଗର୍ତ୍ତି, ସ୍କୁଲ ସଭାପତି ଚୈତନ୍ୟ ଷାଣ୍ଢ, ଉପ ସଭାନେତ୍ରୀ ରଶ୍ମିତା ପଧାନ, ୱାର୍ଡ ସଭ୍ୟା କୁନି ସାହୁ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଶିକ୍ଷକ ସୁରେଶ ସାହୁ ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଗଙ୍ଗାଧର ରଣା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ସୁବାସ ସାହୁ, ଶିକ୍ଷୟିତ୍ରୀ ଲିଭାଶ୍ରୀ ସାହୁ, ପ୍ରବୀଣା ସାହୁ, ସୌଭାଗ୍ୟ ମଞ୍ଜରୀ ବେମାଲ ଓ ଅଭିଭାବକମାନେ ସହାଯ୍ୟ କରିଥିଲେ । ଛାତ୍ରଛାତ୍ରୀଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମଙ୍କୁ ସମସ୍ତେ ଉପଭୋଗ କରିଥିଲେ ।

jayashree
Leave A Reply

Your email address will not be published.