csstore

ରାଜ୍ୟପାଳ ପୁରସ୍କାର ପାଇଲେ ରାମ ନାରାୟଣ ଦାଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ରାଜଭବନର ନ୍ରୂଆ ଅଭିଷେକ ପ୍ରେକ୍ଷାଳୟରେ ଆୟୋଜିତ ରେଡକ୍ରସ ପୁରସ୍କାର ବିତରଣ ଉତ୍ସବରେ ଓଡିଶାର ମହାମହିମ ରାଜ୍ୟପାଳ ତଥା ଭାରତୀୟ ରେଡକ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖାର ସଭାପତି ଡ. ହରିବାବୁ କମ୍ଭମପାଟିଙ୍କ କରକମଳରେ ବଲାଙ୍ଗିର ଜିଲ୍ଲାର ଡେଙ୍ଗ ହାଇସ୍କୁଲ ରେଡକ୍ରସ କାଉନସେଲର ରାମ ନାରାୟଣ ଦାଶ ରାଜ୍ୟର ସର୍ବଶ୍ରେଷ୍ଠ କାଉନସେଲର ଭାବେ ରାଜ୍ୟପାଳ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନ୍‌ବିଏସ୍‌ ରାଜପୁତ, ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ର, ଯୁବ ରେଡକ୍ରସ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ଓ କନିଷ୍ଠ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ରେଡକ୍ରସ କର୍ମୀ ଭାବରେ ଶ୍ରୀ ଦାଶ ଦୀର୍ଘ ଦିନରୁ ରକ୍ତଦାନ, କରୋନା ସମୟରେ କାର୍ଯ୍ୟ, ବାହାନାଗା ଟ୍ରେନ ଦୁର୍ଘଟଣାରେ ସହାୟତା, ବୃକ୍ଷରୋପଣ, ସଡକ ସୁରକ୍ଷା ଆଦି ବିଭିନ୍ନ ମାନବୀୟ କାର୍ଯ୍ୟ କରି ଆସୁଛନ୍ତି । କାର୍ଯ୍ୟକ୍ରମରେ ଓଡିଶାର ମହାମହିମ ରାଜ୍ୟପାଳ ଶ୍ରୀ ଦାଶଙ୍କୁ ସ୍ମାରକୀ, ପ୍ରଶଂସା ପତ୍ର ଦେବା ସହ ଅର୍ଥରାଶି ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ପୂର୍ବରୁ ରାମ ନାରାୟଣ ଦାଶ ଓଡିଶାର ଏକମାତ୍ର ସରକାରୀ ସମାଜସେବୀ ଭାବରେ ଓଡିଶା ରାଜ୍ୟ ସରକାରଙ୍କ ଠାରୁ ସମ୍ମାନିତ ହୋଇଛନ୍ତି ।

jayashree
Leave A Reply

Your email address will not be published.