ସିଂହିଯୁବା ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ବିନିକା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ହାଇସ୍କୁଲ ସିଂହିଯୁବା ଠାରେ ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ଆହ୍ୱାନ କ୍ରମେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରେମରାଜ ପତି ଓ ପଞ୍ଚାନନ ପଣ୍ଡା ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମକୁ ହିନ୍ଦୀ ଶିକ୍ଷକ ବିଜୟ କୁମାର ବେହେରା ସଂଯୋଜନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଅନୀଲ ସେଠୀ ବିଜ୍ଞାନ ଦିବସର ଗୁରୁତ୍ଵ ତଥା ବୈଜ୍ଞାନିକ ସି.ଭି ରମନଙ୍କ ସମାଜର ବିକାଶ ଦିଗରେ ଥିବା ଉପଲବ୍ଧି ଓ ଅବଦାନ ବିଷୟରେ ବର୍ଣ୍ଣନା କରିଥିଲେ । ଶିକ୍ଷକ ହେମନ୍ତ ମେଶ୍ୱାଙ୍କ ପରିଚାଳନାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବିଜ୍ଞାନ ଧର୍ମୀ କୁଇଜ୍‌ ପ୍ରତିଯୋଗିତା ହୋଇଥିଲା । ପରିଶେଷରେ ଖେଳ ଶିକ୍ଷକ ମଳୟ ରଂଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.