ଭୁବନେଶ୍ଵର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟିକାଣଡ଼ିହି ଥାନା ରାମଚନ୍ଦ୍ରପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଶୋଇଥିବା ବେଳେ ଯୁବକଙ୍କୁ ଏସିଡ୍ ମାଡ଼ ଗ୍ରାମର ସନାତନ ପଲାଇଙ୍କ ପୁଅ ଜଗବନ୍ଧୁ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଏସିଡ ଫିଙ୍ଗି ଫେରାର୍ ହୋଇଯାଇଛି । ସୂଚନା ଅନୁସାରେ ନାୟିକାଣଡ଼ିହି ଥାନା ରାମଚନ୍ଦ୍ରପୁର ଗ୍ରାମର ଜଗବନ୍ଧୁ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ୍ ମାଡ଼ କରିଛି । ଶୁକ୍ରବାର ବିଳମ୍ଵିତ ରାତିରେ ଏହି ଘଟଣା ଘଟିଛି । ଜଗବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ପରେ କଟକ ସ୍ଥାନାନ୍ତର କରାଯାଇଛି । ପରିବାର ଲୋକେ ଏସିଡ୍ ମାଡ଼ର କାରଣ କହିପାରୁନଥିବା ବେଳେ ଏହା ପୂର୍ବ ଶତ୍ରୁତା ନେଇ ହୋଇଥାଇପାରେ ଅନୁମାନ କରାଯାଉଛି । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।