csstore

ମାଣ୍ଡୋସିଲ କ୍ରିକେଟ କପ୍ : ମାଲପଡାକୁ ହରାଇ ସେମିରେ ମାଣ୍ଡୋସିଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ବଡ଼ ଖେଳ ପଡ଼ିଆରେ ଚାଲିଥିବା ମାଣ୍ଡୋସିଲ କ୍ରିକେଟ କପ୍‌ରେ ଶୁକ୍ରବାର ୫ଟି ମ୍ୟାଚ୍‌ ଖେଳାଯାଇଛି । ପ୍ରଥମ ମ୍ୟାଚ୍‌ରେ ଜାମସେଠକୁ ହରାଇ ମାଲପଡା ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ନୂଆପାକୁ ହରାଇ ପଥରେଲ ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚ୍‌ରେ ପଥରେଲକୁ ହରାଇ ମାଲପଡା ବିଜୟୀ ହୋଇଥିଲା । ଚତୁର୍ଥ ମ୍ୟାଚ୍‌ରେ ମାଗୁରପାଣିକୁ ହରାଇ ମାଣ୍ଡୋସିଲ ବିଜୟୀ ହୋଇଥିଲା । ପଞ୍ଚମ ମ୍ୟାଚ୍‌ରେ ମାଲପଡା ଓ ମାଣ୍ଡୋସିଲ ମଧ୍ୟରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ମାଣ୍ଡୋସିଲ ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଥିଲା । ଦେବସିଂ ଭରାସାଗର ଓ ନରେଶ ବିଶ୍ୱାଳ ଖେଳ ପରିଚାଳନା କରିଥିଲେ । ବିଜୁ ବରିହା ଓ ଦେବେନ୍ଦ୍ର ନାୟକ ସ୍କୋରର ଥିବା ବେଳେ ପୁଷ୍ପକାନ୍ତ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ଅତିଥି ଭାବରେ ଜାମସେଠ ଡାକ୍ତରଖାନାର ଡଃ ପଙ୍କଜ କୁମାର ଭୋଇ ଓ ସମ୍ମାନିତ ଅତିଥି ଭାବରେ ଜାମସେଠ ଡାକ୍ତରଖାନାର ଫାର୍ମାସିଷ୍ଟ ଭରତଲାଲ ପଟେଲ, ଆର୍ମୀ ଅଫିସର ଦିଲ୍ଲୀପ କୁମାର ବରିହା ଯୋଗଦେଇଥିଲେ । ଅନିଲ ଦାସ, ତାପସ ରଞ୍ଜନ ସାହୁ, ଗୋକୁଳ ବିଶ୍ୱାଳ, ଗୋବର୍ଦ୍ଧନ ଭୋଇ, ଝସକେତନ ନାୟକ, ମାନସ ନାୟକ, ଗିରିଧାରୀ ଭୋଇ, ମନୋଜ କୁମ୍ଭାର, ହେମାନନ୍ଦ ବିଶ୍ୱାଳ, ସୁରେଶ ବିଶ୍ୱାଳ, ବିକାଶ ବିଶ୍ୱାଳ, ସହଦେବ କାରେ, ପ୍ରଶାନ୍ତ ମହାନନ୍ଦ, ସୁରେନ୍ଦ୍ର ପୁଟା, ମହେନ୍ଦ୍ର ଚନ୍ଦ୍ର ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.