ବାଦିବାହାଲ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଚେରେଙ୍ଗାଝାଞ୍ଜ କ୍ଲଷ୍ଟର ଅନ୍ତର୍ଗତ ବାଦିବାହାଲ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ଓ ବାର୍ଷିକୋତ୍ସବ ସ୍କୁଲ ପ୍ରଧାନ ଶିକ୍ଷକ ମାଧବ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଭାରପ୍ରାପ୍ତ ବିଇଓ ରାଧେଶ୍ୟାମ ମେହେର ଏବଂ ସମ୍ମାନିତ ଅତିଥି ରୂପେ ଏବିଇଓ ଧଳେନ୍ଦ୍ର ବାରିକ, ସିଆର୍‌ସିସି ଉଗ୍ରସେନ ପ୍ରଧାନ, ସ୍କୁଲ ପରିଚାଳନା କମିଟି ସଭାପତି ରମେଶ ବାଗ, ସିଆର୍‌ସିସି ବ୍ରଜକିଶୋର ଜେନା ଓ ସିଆର୍‌ସିସି ବିଜୟ କୁମାର ସ୍ୱାଇଁ ଯୋଗଦେଇଥିଲେ । ବରେଣ୍ୟ ଅତିଥି ରୂପେ କୈଳାସ ଦିଶ୍ରୀ, ଦୁଃଶାସନ କୁମ୍ଭାର, ପ୍ରଧାନ ଶିକ୍ଷକ ଦୁବରାଜ ବେଶ୍ରା, ନିତ୍ୟାନନ୍ଦ ସୁନା ଏବଂ ସହଦେବ ମାଝୀ ଯୋଗଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉପସ୍ଥିତ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ପଦ୍ମିନୀ ଭୋଇ ଓ ପିତାମ୍ବର ନେତାମ ତଥା ଗ୍ରାମବାସୀ ସହଯୋଗ କରିଥିବା ବେଳେ ପଦ୍ମିନୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.