ମାଟ୍ରିକ୍‌ ବିଦ୍ୟାର୍ଥୀଙ୍କୁ ମିଳିବ ‘ଶିକ୍ଷା ଦର୍ପଣ’

ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯିବ ‘ଶିକ୍ଷା ଦର୍ପଣ’ । ବିଦ୍ୟାର୍ଥୀଙ୍କୁ ଏହି ପୁସ୍ତିକା ଦେବାକୁ ସବୁ ଜିଲ୍ଲାରୁ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଛି ।କେଉଁ ଜିଲ୍ଲାରେ ‌କେତେ ଛାତ୍ରଛାତ୍ରୀ ଏଥର ମାଟ୍ରିକ୍‌ ପରୀକ୍ଷା ଦେବେ ତାହାର ତଥ୍ୟ ମଗାଯାଇଛି । ଆସନ୍ତା ୨୨ ତାରିଖ ସୁଦ୍ଧା ତଥ୍ୟ ଦେବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ତଥ୍ୟ ଦାଖଲ କରିବାକୁ କୁହାଯାଇଛି । ତଥ୍ୟ ମିଳିବା ପରେ ‘ଶିକ୍ଷା ଦର୍ପଣ’ ଛପାଯାଇ ବିଦ୍ୟାର୍ଥୀଙ୍କୁ ବଣ୍ଟନ କରାଯିବ । ‘ଶିକ୍ଷା ଦର୍ପଣ’ରେ ପ୍ରଶ୍ନପତ୍ର ସହ ଉତ୍ତର ରହିବ । ଏହା ବିଦ୍ୟାର୍ଥୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାରେ ସହାୟକ ହେବ । ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କରୋନା ଯୋଗୁଁ ପାଠପଢ଼ା ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଭାଗ ପକ୍ଷରୁ ୬ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପୁସ୍ତକ ଛାପିବାକୁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.