ସଇଁତଲା, (ଖୁସିରାନୀ ସାହୁ) : ଟିଟିଲାଗଡ଼ରେ ତାତି ଯେତିକି ବଢ଼ିବାରେ ଲାଗିଛି ସେତିକି ଜଙ୍ଗଲରେ ନିଆଁ ଲାଗି ତାତି ବଢ଼ିବାରେ ଲାଗିଛି । ଟିଟିଲାଗଡ଼ ବନଖଣ୍ଡ ସଇଁତଲା ବ୍ଲକ ଘୁନସର ଜଙ୍ଗଲରେ ନିଆଁ ଲାଗି ଅନେକ ଗଛ ପୋଡି ପାଉଁଶ ହୋଇ ଯାଇ ଥିବାବେଳେ ନିଦା ବିଷ୍ଣୁ ସାଜିଛି ବନ ବିଭାଗ । ପ୍ରତ୍ୟେକ ବର୍ଷ ବୃକ୍ଷ ରୋପଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜଙ୍ଗଲ ସୁରକ୍ଷା ପ୍ରତି ଧ୍ୟାନ ଦେଉନ ଥିବା ଅଭିଯୋଗ ହୋଇଛି । ହୁଁ ହୁଁ ହୋଇ ଜଙ୍ଗଲରେ ନିଆଁ ଲାଗୁ ଥିବା ବେଳେ ପେଟ୍ରୋଲିଂ କାହିଁକି କରୁନି ବନ ବିଭାଗ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି ।