ଦକ୍ଷିଣ ରାଉରକେଲାରେ ଗାନ୍ଧି ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ବାଲିଯୋଡି ଛକ ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁ ପ୍ରତିମୂର୍ତ୍ତି ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠାନର ସଂପାଦକ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଭୂପେନ ମହାପାତ୍ର, ବିଶିଷ୍ଟ ଚିକିତ୍ସକ ଡାକ୍ତର ଫକୀର ଚରଣ ହୋତା, ସମାଜସେବୀ ଡକ୍ଟର ଶ୍ରୀମତୀ ବିଷ୍ଣୁପ୍ରିୟା ଦେଇ, କବି ହରିହର ବେହେରା ଓ ବାସୁଦେବ ସାମଲ ଯଥାକ୍ରମେ ମୁଖ୍ୟ ଅଥିତି ମୁଖ୍ୟ ବକ୍ତା ସମାନିତ ଅଥିତି ଓ ବକ୍ତା ଭାବେ ଯୋଗଦେଇ ଗାନ୍ଧିଜୀଙ୍କ କର୍ମମୟ ଜୀବନ ସ୍ୱାଧିନତା ସଂଗ୍ରାମ ସମାଜ ସେବା ସର୍ବୋପରୀ ନୂତନ ସ୍ଵାଧୀନ ଭାରତ ଗଠନରେ ତାଙ୍କର ଭୂମିକା ସଂପର୍କରେ ଆଲୋଚନା କରିଥିଲେ ସେହିପରି ଶାନ୍ତିଦୂତ ତଥା ପୂର୍ବତନ ପ୍ରଧାମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଜୀଙ୍କ ବ୍ରିଟିଶ ବିରୋଧୀ ଆନ୍ଦୋଳନ, ଜେଲ୍ ଯାତ୍ରା, ଜୟ ଯବାନ ଜୟ କିଶାନ ଡାକରା, ମନ୍ତ୍ରିତ୍ଵ ସମୟରେ ରେଳ ଦୁର୍ଘଟଣା ଓ ତାଙ୍କ ଉଚ୍ଛର୍ଗୀକୃତ ସଂଘର୍ଷମୟ ଜୀବନ ସଂପର୍କରେ ଆଲୋଚନା କରିଥଲେ । ଏହି ଦୁଇ ନେତାଙ୍କ ନାମରେ କେନ୍ଦ୍ର ସରକାର କିଛି ଜନହିତକର କାର୍ଯ୍ୟ ସମ୍ବିଧାନରେ ପ୍ରଣୟନ କରିବା ପାଇଁ ସଭାରେ ମତପ୍ରକାଶ ପାଇଥିଲା ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ଆରତୀ ଚୌଧୁରୀ ମୁରଲିଧର ଦାସ, ସନାତନ ସାହୁ, ବିପିନ ବିହାରୀ ରାଉତରାୟ, ଶ୍ରୀଚରଣ ସାମଲ, ଅନୁଆରୀ ବେଗମ୍, ଚାନ୍ଦମଣି ମଝି, ନାଗମଣି ମହାନ୍ତି, ବାସୁଦେବ ସାହୁ, ଭଗବାନ ସାହୁ, ସନାତନ ବାରିକ, କମଳାକାନ୍ତ ପତି, ସଂଜୟ କୁମାର ବଳ, ଗଦାଧର ବାରିକ, ଝୁନୁରାଣୀ ସାହୁ, ସୁବାସ ଚନ୍ଦ୍ର ବିଶ୍ୱାଳ, ଶ୍ରୀନାଥ ନାଏକ ଓ କୈଳାଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉଭୟ ନେତାଙ୍କ ସ୍ମୃତିଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପାରମ୍ଭରେ ସ୍ଥାନୀୟ ଅଂଚଳର ମୃତ୍ୟୁ ବରଣ କରିଥିବା ରାମଚନ୍ଦ୍ର ପଣ୍ଡା, ପ୍ରଭାକର ମଲ୍ଲିକ, ପି. କେ. ସାହୁ ଓ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଟ୍ରଷ୍ଟର ସହ ସଂପାଦିକା ଶ୍ରୀମତୀ ସଚଳ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ସ୍ଥାନୀୟ ଅଂଚଳର ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା, ସମାଜ ସେବୀ, ଶିକ୍ଷାବିତ୍ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ପ୍ରାରମ୍ଭରେ ଉଭୟ ନେତାଙ୍କ ତୈଳ ଚିତ୍ରରେ ଅଥିତି ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

error: Content is protected !!