ଧର୍ମାନୁଷ୍ଠାନ ଖୋଲିବା ପାଇଁ ଅନୁମତି ମିଳିଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଭିନ୍ନ ଧାର୍ମିକ ଅନୁଷ୍ଠାନର ଅନୁରୋଧକ୍ରମେ ଆଜି ଜିଲ୍ଳା ପ୍ରଶାସନ ଠାରୁ ସର୍ତ୍ତମୂଳକ ଭାବେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାର ଅନୁମତି ମିଳିଛି । କୋଭିଡ୍‌-୧୯ ପାଇଁ ଗତ ୨୦ ମାର୍ଚ୍ଚରୁ ଜିଲ୍ଳାର ସମସ୍ତ ଧର୍ମନୁଷ୍ଠାନ ବନ୍ଦକରାଯିବା ନେଇ ଘୋଷଣା ହୋଇଥିଲା । ତେବେ ଗତ ୩୦ ଡିସେମ୍ବରରେ ସରକାରୀ ଆଦେଶ ମିଳିବା ପରେ ଆଜିଠାରୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲା ପ୍ରଶାଶନରୁ ନିର୍ଦ୍ଦେଶାବଳି ଜାରି କରାଯାଇଛି । ମାହାମାରୀ ସମୟରେ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନମାନଙ୍କ ପାଇଁ ବିଭିନ୍ନ ସର୍ତ୍ତ ଜାରି କରାଯାଇଛି । ସମସ୍ତ ଧର୍ମାନୁଷ୍ଠାନକୋଭିଡ-୧୯ ନିୟମକୁ କଡାକଡି ଭାବେ ପାଳନ କରିବେ । କଣ୍ଟେନମେଣ୍ଟ ଜୋନ ମଧ୍ୟରେ ଥିବା କୈାଣସି ଧର୍ମାନୁଷ୍ଠାନ ଖୋଲିବ ନାହିଁ । ସମସ୍ତ ଧର୍ମାନୁଷ୍ଠାନରେ ସପ୍ତାହକ ଗୋଟିଏ ଦିନ ବିଷୋଧନ ପାଇଁ ବନ୍ଦ ରହିବ ।
ସେହିପରି ଜନସାଧାରଣଙ୍କ ସୁରକ୍ଷା ପାଇଁ ମଧ୍ୟ ବିଭିନ୍ନ ନିୟମାବଳୀ ଜାରି କରାଯାଇଛି । ଏହି ନିୟମା ବଳିରେ ମାସ୍କ ପିନ୍ଧିବା ସାମାଜିକ ଦୂରତା ରକ୍ଷା କରିବା ଓ ବାରମ୍ବାର ହାତ ଧୋଇବାକୁ ବାଧ୍ୟତା ମୂଳକ କରାଯାଇଛି । ସମସ୍ତ ଧର୍ମାନୁଷ୍ଠାନ ପ୍ରବେଶ ଓ ପ୍ରସ୍ଥାନ ପାଇଁ ନିଦ୍ଦିଷ୍ଟ ରାସ୍ତା ତିଆରି କାରାଯିବା ସହ ଶ୍ରଦ୍ଧାଳୁମାନେ ଧାଡିରେ ଜଣେପରେ ଜଣେ ଭିତରକୁ ଯିବା ଉପରେ ଗରୁତ୍ୱ ଦିଆଯାଇଛି । ବେଢ ପାଖରେ ବସିବାକୁ ବାରଣ କରଯାଇଛି । ଗେଟ୍‌ ଠାରେ ଥର୍ମାଲ ସ୍କେନର ର ବ୍ୟବସ୍ଥା ରହିବ । ପୁଜକମାନଙ୍କ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଧର୍ମସ୍ଥାନ ଓ ଆଖପାଖ ଅଂଚଳରେ ଛେପ ପକାଇବା କଡାକଡିଭାବେ ମନା କରାଯାଇଛି ।ଶ୍ରଦ୍ଧାଳୁ ମାନଙ୍କୁ ମୁର୍ତ୍ତି ଛୁଇଁବାକୁ ବାରଣ କରାଯାଇଛି । ସମସ୍ତ ଧର୍ମାନୁଷ୍ଠାନ ନିୟମିତ ଭାବେ ବିଷୋଧନ କରାଯିବ । ଆହୁରି ଏହି ମାହାମରୀ ସମୟରେ ସଂକ୍ରମଣ କାରଣରୁ ୬୫ ବର୍ଷରୁ ଉଦ୍ଦ୍ୱର୍ ବୟସ ବ୍ୟକ୍ତି, ଗର୍ଭବତୀ, ୧୦ ବର୍ଷରୁ ଛୋଟ ଶିଶୁ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଧର୍ମାନୁଷ୍ଠାନମାନଙ୍କ ଠାରୁ ଦୁରେଇ ରହିବା ପାଇଁ ଉପଦେଶ ରହିଛି ।

Leave A Reply

Your email address will not be published.