jayashree

ଭିଲେଜର୍ସ‌ ଇଣ୍ଡିଆ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର‌) : ଜିଲ୍ଲାର ବିଭିନ୍ନ ପଛୁଆ ଅଂଚଳର ସ୍କୁଲ ବନ୍ଦ ବିରୁ‌ଦ୍ଧରେ ଆଜି ଭିଆପି ତରଫରୁ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ଭିଆଇପି ଡାକରାରେ ବନ୍ଦ ହେବାକୁ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭରେ ଛାତ୍ର ଛାତ୍ରୀମାନେ ମୋଦି ଏବଂ ନବୀନ ସରକାର ତୁମ ଅଣ୍ଡା, ଭାତ-ଡାଲମା, ସୋୟା ବଡି ତୁମେ ନିଅ, ଆମ ଗାଁ ସ୍କୁଲ ଆମକୁ ଫେରାଇ ଦିଅ – ଆମେ ପଢିବାକୁ ଚାହୁଁଛୁ ବୋଲି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । କୁନି କୁନି ଛୁଆ ମାନେ ୪ ରୁ ୫ କି.ମି. ଦୂରତା ଅନ୍ୟ ଗାଁ ସ୍କୁଲକୁ ପଢିଯିବା ବନ୍ୟ ଜନ୍ତୁ, ଛୁଆ ଚୋର, ଖରା, ବର୍ଷା, ନଦୀ ନାଳ ଡେଇଁ ଯାଇ ପାରିବେ ନାହିଁ ତଥା ସେମାନେ ଶିକ୍ଷାର ଅଧିକାର ସହ ପଢିବାକଜୁ ଚାହୁଁଛନ୍ତି ବୋଲି କହିଛନ୍ତି । ସେହିପରି ଅଭିଭାବକ ମାନେ ମଧ୍ୟ ଗରିବ ଶ୍ରେଣୀର ଶ୍ରମିକ, ଚାଷୀ ଖଟିଖିଆ ନିଜ ପିଲା ଛୁଆଙ୍କୁ ଅନ୍ୟ ଗାଁକୁ ନେଇ ପାରିବେ ନାହିଁ ଏବଂ ତାଙ୍କ କାମଧନ୍ଦାରେ ବାଧା ପ୍ରାପ୍ତ ହେବ କହି ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବୀପତ୍ର ଦେଇଥିବା ସୂଚନା ରହିଛି ।

Leave A Reply

Your email address will not be published.

error: Content is protected !!