oom

ସୁଜିତ ନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ସ୍ଥିତ ଜର୍ଜଗଡରେ ଚାଲିଥିବା ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ କୁଆପାଲି ଦଳ ଓ ପାଇକମାଲ କଲୋନୀ ଦଳକୁ ପରାସ୍ତ କରି ବିଜୟୀ ହୋଇଥିଲେ । କୁଆପାଲି ଦଳ ୨୦ ଓଭରରେ ୧୫୪ ରନ କରିଥିବା ବେଳେ ପାଇକମାଲ କଲୋନୀ ଦଳ ୧୧୯ ରନ ପରାସ୍ତ ହୋଇଥିଲେ । ମେନ ଅଫଦି ସେରିଜ ପାଇକମାଲ କଲୋନୀ ଦଳର ମିତ୍ରଙ୍କୁ ଦିଆ ଯାଇଥିବା ବେଳେ ମେନ୍‌ ଅଫ ଦି ମ୍ୟାଚ୍ କୁଆପାଲି ଦଳର କପିନଙ୍କୁ ପୁରସ୍କାର ଦିଆଯାଇଥିଲା । ଏହି ଫାଇନାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉତ୍ସବରେ ପାଇକମାଲ ବ୍ଲକ ଯୁବ ବିଜେଡି ସଭାପତି ଗୌତମ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ପାଇକମାଲ ଟିଭିଏସ ସୋ ରୁମ୍‌ର ସୁମିତ ଅଗ୍ରୱାଲ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେତା ଦଳକୁ ଟ.୮୦୦୦ ଙ୍କା ପୁରସ୍କାର ପ୍ରଦାନ କରିଥିଲେ ଏବଂ ଉପ ବିଜେତା ଦଳକୁ ଟ ୪୦୦୦ ଙ୍କା ପ୍ରଦାନ କରିଥିଲେ । ଏହି ଫାଇନାଲ ଖେଳକୁ ସୁରଜ ପଣ୍ତା ଓ ଅଜୟ ସେଠ ପରିଚାଳନା କରିଥିଲେ । ଜର୍ଜଗଡରେ ପ୍ରଥମେ ସ୍ବର୍ଗତ ଯୁବ ଖେଳାଳୀ ସୁଜତୀ ନନ୍ଦଙ୍କ ଦ୍ବାରା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବାରୁ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି ଦଳର ଅଜୟ ସେଠ ଘୋଷଣା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.