ଟିଟିଲାଗଡ ଶୀତଳ ଷଷ୍ଠୀ ପାଇଁ କରାଗଲା ଦେବ ନିମନ୍ତ୍ରଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକଙ୍କ) : ୨୪ ବର୍ଷରେ ପଦାର୍ପଣ କରିଛି ଟିଟିଲାଗଡର ଶୀତଳ ଷଷ୍ଠୀ ଯାତ୍ରା । ଆୟୋଜକ କମିଟିର ଆବାହକ ଶୁଭ୍ରାଂଶୁ ଦାସଙ୍କ ଆବାହକତ୍ୱରେ ରବିବାର ସଂଧ୍ୟାରେ ଧବଳେଶ୍ୱର ମନ୍ଦିରରୁ ଦେବ ନିମନ୍ତ୍ରଣ କରି କନ୍ୟା ପିତାମାତା ନିଜ ବାସଭବନକୁ ପାଛୋଟି ଆଣିଥିଲେ । ଏହି ଅବସରରେ ଟିଟିଲାଗଡ ଧବଳେଶ୍ୱର ମନ୍ଦିରରେ କନ୍ୟା ଓ ବର ପିତାମାତାଙ୍କ ସହ ବନ୍ଧୁ ବାନ୍ଧବ ଓ ସହରବାସୀଙ୍କ ବହୁତ ଭିଡ ପରିଲକ୍ଷିତ ହୋଇଥିଲା । ଆଜି ହେବ ଦେବ ଦମ୍ପତିଙ୍କ ବିବାହ ଉତ୍ସବ । ଆଜି ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଖୁବ୍‌ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହେବବୋଲି କମିଟି ତରଫରୁ କୁହାଯାଇଛି ।

Leave A Reply

Your email address will not be published.