csstore

କଳିକେଶଙ୍କ ମାରାଥନ୍‌ ଘରକୁ ଘର ପ୍ରଚାର : ସଦର ବ୍ଲକରେ ଆଦିବାସୀ ସମାବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ବ୍ଲକ ବାରପୁଡଗିଆ ପଞ୍ଚାୟତର କର୍ଲାପିଟା ଠାରେ ବିରାଟ ଆଦିବାସୀ ସମାବେଶ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ନେତୃତ୍ୱରେ କଳିକେଶ ନାରାୟଣ ସିଂହଦେଓ ଆଦିବାସୀ ସମାଜକୁ ଭୋଟ୍‌ ପାଇଁ ଆଶିର୍ବାଦ ଭିକ୍ଷା କରିଥିଲେ । ସନ୍ଧ୍ୟା ସମୟରେ ବଲାଙ୍ଗିର ସହର ୱାର୍ଡ ନମ୍ବର ୧୬ରେ ଘରକୁ ଘର ବୁଲି ଅଭିଜ୍ଞ କଳିକେଶ ନିଜ ପାଇଁ ଭୋଟ୍‌ ପ୍ରଚାର କରିଥିବା ବେଳେ ୱାର୍ଡ ନମ୍ବର ୨ରେ ସାଧାରଣ ସଭା କରିଥିଲେ । ଏହି ସଭାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଯୋଜନା ଏବଂ ବଲାଙ୍ଗିରର ୱାର୍ଡରେ କରାଯାଇ ଥିବା ଜନ କଲ୍ୟାଣ କାର୍ୟ୍ୟ ତଥା ଆଗାମୀ ଦିନରେ ତାଙ୍କର ଆଭିମୁଖ୍ୟ କ’ଣ ରହିଛି ତା ବିଷୟରେ ସାଧାରଣ ଜନତାଙ୍କ ଆଗରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ମାନଙ୍କରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଏବଂ କାଉନ୍‌ସିଲର୍‌ ବୃନ୍ଦ ଉପସ୍ଥିତ ଥିବାବେଳେ ବରିଷ୍ଠ ନେତା ପ୍ରଭାସ ପାଣିଗ୍ରାହୀ, ବିଧୁ ଭୁଷଣ ତ୍ରୀପାଠି ସାମିଲ ହୋଇ ଥିବାବେଳେ ଅଞ୍ଚଳର ବରିଷ୍ଠ ନାଗରିକ ବୃନ୍ଦ କଳିକେଶ ନାରାୟଣ ସିଂହଦେଓଙ୍କ ସପକ୍ଷରେ ପ୍ରଚାର କରିଥିଲେ ।

jayashree
Leave A Reply

Your email address will not be published.