ଭାରସାମ୍ୟ ହରାଇ ଖାଇକୁ ଖସିଲା କାର୍ : ୫ ମୃତ, ଜଣେ ଗୁରୁତର

ଡେରାଡୁନ୍ : ମୁସୁରୀ – ଡେରାଡୁନ୍ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ କାର୍ ଖାଇକୁ ଖସିପଡ଼ିଥିଲା । ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବତୀ ଗୁରୁତର ଭାବେ ଆହତ ହୋଇଛନ୍ତି । କାର୍‌ରେ ମୋଟ୍ ୬ଜଣ ଯାତ୍ରୀ ଥିଲେ । ଉତ୍ତଖଣ୍ଡ ମୁସୁରୀ – ଡେରାଡୁନ୍‌ ରାସ୍ତାରେ ଶନିବାର ଭୋର ୫ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶିକ କହିବା ମୁତାବକ, ଚୁନାଖାଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଆସୁଥିବା କାର୍ ନିୟନ୍ତ୍ରଣ ହରାଇ ଖାଇରେ ଖସିପଡ଼ିଥିଲା । ତେବେ ଏଥିରେ ବସିଥିବା ୬ଜଣଙ୍କ ମଧ୍ୟରୁ ୩ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ହୋକେ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏମାନଙ୍କ ମଧ୍ୟରୁ ଆଉ ୨ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ତେବେ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.

nineteen + three =