pakka

ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ ପାଳିତ

bbehera

ଜୟପାଟଣା, (ଶେଷଦେବ ବେହେରା) : କଲମପୁର ବିଜୁ କଲ୍ୟାଣ ମଣ୍ଡପରେ ଶୁକ୍ରବାର ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କଲମପୁର ସାମ୍ବାଦିକ ସମୂହ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ଅବସରପ୍ରାପ୍ତ ଛତିଶଗଡ଼ ଅବକାରୀ ବିଭାଗ କମିଶନର ଗଙ୍ଗାଧର ମାଝୀ ମୁଖ୍ୟ ଅତିଥି, ବିକ୍ରମ ଯୋଶୀ ସମ୍ମାନିତ ଅତିଥି ଏବଂ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ସମ୍ପ୍ରତି ସମାଜରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ଗଣମାଧ୍ୟମର କଣ୍ଠରୋଧକୁ ତୀବ୍ର ନିନ୍ଦା କରିଥିଲେ । ଏହା ସହ ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବୀ କରିଥିଲେ । ବରିଷ୍ଠ ସାମ୍ବାଦିକ ଶଙ୍କର୍ଷଣ ବେହେରା ମଞ୍ଚ ପରିଚାଳନା ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଚକ୍ରଧର ନାଏକ ଅତିଥି ପରିଚୟ ଏବଂ ଗଣେଶ ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ସାମ୍ବାଦିକ ଦୀପକ କୁମାର ସାହୁ, ସୁରେନ୍ଦ୍ର ନାଏକ ଏବଂ ଲକ୍ଷ୍ମୀକାନ୍ତ ବାଗଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ବ୍ଲକର କାର୍ଯ୍ୟରତ ସାମ୍ବାଦିକମାନେ ଏହି ସମାରୋହରେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

five × 3 =

error: Content is protected !!