jsm

ସମ୍ବାଦ ଆମ ଓଡିଶା : ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରା ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ

csstore

ତୁଷୁରା, (କେପିଏନ୍‌ଏସ୍‌) : ରବିବାର ପୂର୍ବାହ୍ନ ୯ଟା ସମୟରେ ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସମ୍ବାଦ ଆମ ଓଡିଶା, ସମ୍ବାଦ ସାହିତ୍ୟ ଘର, ଗୁଡଭେଲା ଓ ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରାର ମିଳିତ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତୀକୁ ସ୍ଵାଭିମାନ ଦିବସ ରୂପେ ପାଳିତ ହୋଇଯାଇଛି । ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରାର ସଭାପତି ଅଖିଳ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦକ ଆଶୁକବି ହେମନ୍ତ ଦାଶ ପ୍ରାରମ୍ଭିକ ଭାଷଣ ଦେବା ସହ ସଭା ସଞ୍ଚାଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ତୁଳସୀ ଜୈନ ଯୋଗଦେଇ ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ । ସମ୍ମାନିତ ଅତିଥିରୂପେ ବିଶିଷ୍ଟ ଶିକ୍ଷାବିତ ବରୁଣ ସାହୁ ଓ ସମ୍ବାଦ ସାହିତ୍ୟ ଘର ଗୁଡଭେଲାର ଉପସଭାପତି ସୁଧାକର ପ୍ରଧାନ ଯୋଗ ଦେଇଥିଲେ । ବରୁଣ ସାହୁ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ବବିତା ନାୟକ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବୟିତ୍ରୀ ହୀରାବତୀ ସାହୁ, କନକଲତା ପଣ୍ଡା ଏବଂ ସାହିତ୍ୟ ଘର ଉପସଭାପତି ସନ୍ତୋଷ କୁମାର ବେହେରା, ଯୁଗ୍ମ ସଂପାଦକ ଭକ୍ତ ବନ୍ଧୁ ସାହୁ, ଚୁଟୁ ନାଗ, ଯୁଗଳ କିଶୋର ସାହୁ, ସୁବଳ ସାହୁ, ପ୍ରହଲ୍ଲାଦ ଦଣ୍ଡସେନା, ହୃଦାନନ୍ଦ ସୁନା, କ୍ଷୀରେଶ୍ୱର ଦଳବେହେରା ଓ ରଞ୍ଜନ ମେହେର ପ୍ରମୁଖ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.