oom

ସଡକ ଦୁର୍ଘଟଣାରେ ୧ ମୃତ : ୨ ଗୁରୁତର

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭଟଲି ବ୍ଲକ ସୁଲସୁଳିଆ ଗ୍ରାମରେ ଆଜି ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଦୁଇଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ସୂଚନା ମୁତାବକ ଆଜି ଦିନ ୧୧ଟା ସମୟରେ ଏକ ଅଲ୍ଟୋକାର ଓଡି ୦୨ବିଏ ୩୩୮୭ରେ ରୁଚିଦା ଗ୍ରାମର ତିନିଜଣ ବ୍ୟକ୍ତି ସହେଲା ବନ୍ଦଲା ଗ୍ରାମକୁ ନିଜ ସମ୍ପର୍କୀୟଙ୍କ ଦଶା କାର୍ଯ୍ୟରେ ଯୋଗଦାନ କରିବାକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେର କାର ସହିତ ସୁଲସୁଳିଆ ତାଲପାଲି ରାସ୍ତାରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କାରରେ ବସିଥିବା ତିନିଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତ ଯୁବକମାନଙ୍କୁ ୧୦୮ ଏମ୍ବୁଲାନ୍ସ ସାହାଯ୍ୟରେ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଟୁକୁର୍ଲ୍ଲାକୁ ଆଣିଥିବା ବେଳେ ଡାକ୍ତର ଏଠାରେ ଅର୍ପଣ ଦେହେରି(୨୯)ଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୀମସାର ବୁର୍ଲାକୁ ରେଫର କରିଥିଲେ । ମୃତ ଅର୍ପଣ ଦେହେରି ହେଉଛନ୍ତି ଅମ୍ବାଭୋନା ବ୍ଲକ ରୁଚିଦା ଗ୍ରାମର ଜଣାଶୁଣା କୀର୍ତ୍ତନ ଗାୟିକା ଅଞ୍ଜଣା ଦେହୀରିଙ୍କ ସ୍ୱାମୀ । ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

jittmm
Leave A Reply

Your email address will not be published.