pakka

ଟ୍ରେଡ୍‌ ୟୁନିୟନ୍ ନେତା ରମେଶ ଦାଶଙ୍କ ନେତୃତ୍ୱରେ ଗଞ୍ଜାମ ସହରରେ ବିଜେଡ଼ି ସମାବେଶ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଟ୍ରେଡ୍ ୟୁନିଅନ୍ କାର୍ଯ୍ୟକର୍ତ୍ତା ତଥା ସମାଜସେବୀ ରମେଶଚନ୍ଦ୍ର ଦାଶଙ୍କ ନେତୃତ୍ୱରେ ଗଞ୍ଜାମ ସହରର ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ନିକଟରେ ବିଜେଡ଼ି ସାଂଗଠନିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଶତାଧିକ କର୍ମୀ, ନେତ୍ତୃବର୍ଗ ଉପସ୍ଥିତ ହୋଇ ନବୀନ ବାବୁଙ୍କୁ ଷଷ୍ଠଥର ପାଇଁ ବିଜୟ ହାସଲ ପାଇଁ ପ୍ରୟାସ କରାଯାଇଥିବା ଜଣାଯାଇଛି । ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ଅଳଙ୍କୃତ କରାଇବା ନିମନ୍ତେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ସହରାଞ୍ଚଳରେ ବିଜେଡ଼ି ସଂଗଠନକୁ ସୁଦୃଢ଼ କରାଇବା ନିମନ୍ତେ ଏକ ଅଭିନବ ପ୍ରୟାସ ଯୁବଗୋଷ୍ଠୀଙ୍କ ଦ୍ଵାର ସମ୍ଭବ ହୋଇପାରିଥିବା ଜଣାଯାଇଛି । ବିଜୁ ଜନତାଦଳ ପକ୍ଷରୁ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ବିଧାୟକ ପ୍ରାର୍ଥୀ ସୁବାଷ ଚନ୍ଦ୍ର ବେହେରାଙ୍କୁ ବିପୁଳ ଭୋଟରେ ବିଜୟ ଲାଭ କରିବା ନେଇ ଯୁବପୀଢ଼ି ଏଠାରେ ଦୃଢ଼ ଶପଥ ଗ୍ରହଣ କରିଛନ୍ତି । ଯୁବନେତା ରାଜେଶ ଦାଶ, ବିବେକ ଦାଶଙ୍କ ନେତ୍ତୃତ୍ଵରେ ଶତାଧିକ ବିଜେଡ଼ି ଯୁବବର୍ଗ ବିଜୁ ଜନତାଦଳଙ୍କୁ ବିପୁଳ ଭୋଟରେ ବିଜୟ ଲାଭ କରିବା ପାଇଁ ଯଥା ଶକ୍ତି ଉଦ୍ୟମ ଜାରୀ ରଖିବା ପୂର୍ବକ ଏହି ସମାବେଶର ଆୟୋଜନ କରାଯାଇଥିଲା । ଆଗମୀ ଦିନରେ ବିଜେଡ଼ି ପାର୍ଟି ଅଫିସ୍ ବ୍ରହ୍ମପୁର ଓ ଛତ୍ରପୁରକୁ ଆଗମନ କରିବା ପାଇଁ ଏକ ଶୋଭାଯାତ୍ରାରେ ବାହାରିବାର କାର୍ଯ୍ୟକ୍ରମ ରହିଛି ବୋଲି ଦଳୀୟ ସଂଗଠକ ରମେଶଚନ୍ଦ୍ର ଦାଶ କହିଛନ୍ତି । ଦଳୀୟ କର୍ମୀମାନଙ୍କ ମଧ୍ୟରେ ସର୍ବଶ୍ରୀ ମଣ୍ଟୁ ରାଉଳ, କାଶୀନାଥ ମହାକୁଡ଼, ଶ୍ରୀକାନ୍ତ ରାଉଳ, ଶଙ୍କର ବୈଠାରୁ, କାହ୍ନୁ ତରାଇ, ବାପି ରଣସିଂ, ରବିନ୍ଦ୍ର ବେହେରା ପ୍ରମୁଖ ଏହି ମିଳିତ ସମାବେଶରେ ସକ୍ରୀୟ ନେତୃତ୍ଵ ନେଇଥିଲେ ।

jay balangir
Leave A Reply

Your email address will not be published.

twenty − 2 =