ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରମୋଦ ପି. ଶାହାକର : ଆଇ. ଆର.ଏସ୍‌ଙ୍କ ନିର୍ବାଚନ ଖର୍ଚ୍ଚ ପରିଚାଳନାର ସମୀକ୍ଷା

  • ପ୍ରାର୍ଥୀଙ୍କ ଖର୍ଚ୍ଚ ହିସାବ କଡ଼ାକଡ଼ି କରିବା ସହ ଶୂନ୍ୟ ପକ୍ଷପାତିତାରେ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୬୪- ବୀରମହାରାଜପୁର ଓ ୬୫- ସୁବର୍ଣ୍ଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଧିବଦ୍ଧ ନିର୍ବାଚନ ବିଜ୍ଞପ୍ତି ତା ୨୬/୦୪/୨୪ ରିଖ ଦିନ ପ୍ରକାଶିତ ହୋଇଯାଇଛି । ପ୍ରଥମ ଦିନ କେହି ଜଣେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରି ନଥିବା ବେଳେ ଆଜି ଦ୍ଵିତୀୟ ଦିନରେ ନିର୍ବାଚନ ଖର୍ଚ୍ଚ ପରିଚାଳନାକୁ ନିରପେକ୍ଷ, ସ୍ୱଚ୍ଛ ଓ ବ୍ୟବସ୍ଥିତ ଭାବେ କାର୍ଯ୍ୟକାରିତା ଉପରେ ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତି ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରମୋଦ ପି. ଶାହାକର, ଆଇ. ଆର୍‌.ଏସ୍‌. ସୁବର୍ଣ୍ଣପୁର ପହଞ୍ଚି ଜିଲ୍ଲା ପାଇଁ ନିୟୋଜିତ ବିଭିନ୍ନ କମିଟିର ନୋଡାଲ ଅଧିକାରୀ ତଥା ସଦସ୍ୟ ସଦସ୍ୟାଙ୍କ ସହ ଖର୍ଚ୍ଚ ପରିଚାଳନା ଉପରେ ବିସ୍ତୃତ ଆଲୋଚନା କରିବା ସହ କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନ୍ୟା ଦାସ ଜିଲ୍ଲାରେ ନିର୍ବାଚନ ସୁପରିଚାଳନା ନିମନ୍ତେ ନିଆଯାଇଥିବା ବିଧିବ୍ୟବସ୍ଥା ତଥା ପ୍ରସ୍ତୁତି ଉପରେ ପାୱାର ପଏଣ୍ଟ ମାଧ୍ୟମରେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଇଥିଲେ । ବୈଠକରେ ଆରକ୍ଷୀ ଅଧ୍ୟକ୍ଷ ୟସ୍‌ ପ୍ରତାପ ଶ୍ରୀମଲ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଙ୍ଗ ଅଧିକାରୀ ତଥା ଉପଜିଲ୍ଲାପାଳ ଲଲାଟେନ୍ଦୁ ସି, ସୁବର୍ଣ୍ଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ରିଟର୍ଣ୍ଣିଙ୍ଗ ଅଧିକାରୀ ତଥା ଉପଜିଲ୍ଲାପାଳ ସୁବର୍ଣ୍ଣପୁର ସୁରଜ କୁମାର ପଟ୍ଟନାୟକ, ସମସ୍ତ ଏ. ଆର୍‌ ଓ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ସମ୍ପୃକ୍ତ ନିର୍ବାହୀତ କାର୍ଯ୍ୟକାରିତାର ତଥ୍ୟ ଉପସ୍ଥାପନ କରିଥିଲେ । ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ଶାହାକର ନିର୍ବାଚନ ପରିଚାଳନାରେ ସମ୍ପୃକ୍ତ ବିଭିନ୍ନ ନୋଡାଲ ଅଧିକାରୀ, ଫ୍ଲାଇଂସ୍କୁଆର୍ଡ, ସି – ଭିଜିଲ, ପୋଲିସ, ଅବକାରୀ, ଆୟକର, ବିକ୍ରିକର, ଅତିରିକ୍ତ ଖର୍ଚ୍ଚ ସହ ଗଣମାଧ୍ୟମ ନିରୀକ୍ଷଣ, ପେଡ୍ ନ୍ୟୁଜ୍ ଇତ୍ୟାଦି ଉପରେ ସମୀକ୍ଷା କରିଥିଲେ । ପ୍ରାର୍ଥୀଙ୍କ ଖର୍ଚ୍ଚ ହିସାବ କଡ଼ାକଡ଼ି କରିବା ସହ ଶୂନ୍ୟ ପକ୍ଷପାତିତାରେ ନିର୍ବାଚନ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନରେ ନିଶା କାରବାର ଓ ଟଙ୍କାର ବେଆଇନ୍‌ ବ୍ୟବହାର ରୋକିବାକୁ ବିଭିନ୍ନ ସ୍ଥାନରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବେରିକେଡିଂ କରି ମିଳିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ପର୍ଯ୍ୟବେକ୍ଷକ ପ୍ରମୋଦ ପି. ଶାହାକର ବିଭିନ୍ନ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରିତା ଓ ପରିଚାଳନା ଉପରେ ଅଧିକାରୀଙ୍କୁ ପଚାରି ବୁଝିଥିଲେ ।

jittmm
Leave A Reply

Your email address will not be published.