pakka

ରାତି ଅଧରେ ପ୍ରେମିକ ସହ ଫେରାର ମାରୁଥିଲା ନବବିବାହିତା ସ୍ତ୍ରୀ : ଧରା ପଡିଗଲେ ଦୁହେଁ, ନିର୍ଦ୍ଧୁମ ଛେଚି ଚପଲ ମାଳ ପିନ୍ଧାଇଲା ସ୍ୱାମୀ

bbehera

ତୁରେକେଲା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳର ମହଖଣ୍ଡ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ନବବିବାହିତା ସ୍ତ୍ରୀ ପ୍ରେମିକ ସହ ଚମ୍ପଟ ମାରୁଥିବା ବେଳେ ସ୍ୱାମୀ ହାତରେ ଧରା ପଡି ମାଡଖାଇ ଗ୍ରାମରେ ହଟହଟା ହୋଇଥିବା ଭଳି ଏକ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ତୁରେକେଲା ଥାନା ଅନ୍ତର୍ଗତ ମହଖଣ୍ଡ ଗାଁ (ଡ଼ୁମେରମୁଣ୍ଡା) ପଡ଼ାର ସନାତନ ରାଉତ ଗତ ମାସେ ପୂର୍ବରୁ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରରୁ ବିବାହ କରିଥିଲେ । ମହିଳାଙ୍କ ଅନିଚ୍ଛା ସତ୍ତ୍ୱେ ପରିବାର ଲୋକ ତାଙ୍କୁ ଜବରଦସ୍ତି ବିବାହ କରାଇ ଦେଇଥିଲେ । ଗତ ଶୁକ୍ରବାର ବିଳମ୍ବିତ ରାତିରେ ମଦନପୁର ରାମପୁର ଗ୍ରାମର ପୁରୁଣା ପ୍ରେମିକକୁ ଡାକି ତା’ ସହ ଫେରାର ମାରୁଥିବା ସମୟରେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଏବଂ ସ୍ତ୍ରୀର ପ୍ରେମିକକୁ କାବୁ କରିଥିଲେ । ବଙ୍ଗୋମୁଣ୍ଡା ବ୍ଲକ୍‌ ଚାନ୍ଦୋତରା ଛକଠାରୁ ମହଖଣ୍ଡ ଗାଁକୁ ଦୁହିିଁଙ୍କୁ ଅଣା ଯାଇଥିଲା ପରେ ପ୍ରଥମେ ପ୍ରେମିକର ମୁଣ୍ଡଲଣ୍ଡା କରି, ଚପଲ ମାଳ ପିନ୍ଧାଇ ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିଥିଲେ । ତେବେ କୌଣସି ମତେ ଖବର ପାଇ ତୁରେକେଲା ପୋଲିସ ଘଟଣା ସ୍ଥଳକୁ ଯାଇ ସେମାନଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇ ଥିବା ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି । ତେବେ ଜଣେ ମହିଳାଙ୍କୁ ଏଭଳି ନିର୍ଯ୍ୟାତନା ଦେବା ଘୋର ନିନ୍ଦନୀୟ ଘଟଣା ଅଟେ । ଏଭଳି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

jay balangir
Leave A Reply

Your email address will not be published.

three × two =