ଅତାବିରାରେ ବିଜେପିର କର୍ମୀ ସମାବେଶ ଓ ମିଶ୍ରଣ ପର୍ବ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଅଧିନ ଅତାବିରା ଏନ୍‌ଏସି ଅଗ୍ରସେନ ଭବନ ପାଖରେ ବିଜେପିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଅତାବିରା ଏନ୍‌ଏସି ନଗର ସଭାପତି ସୁରେନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ । ଏହି ମିଶ୍ରଣ ପର୍ବରେ ଅତାବିରା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ନିହାରରଞ୍ଜନ ମହାନନ୍ଦ, ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ, ଜିଲ୍ଲା ବିଜେପି ପ୍ରଭାରୀ ସୌରିଚରଣ ବାରିକ, ଜିଲ୍ଲା ବିଜେପି ଉପସଭାପତି ଲକ୍ଷ୍ମଣ ନନ୍ଦ, ଲକ୍ଷ୍ମିନାରାୟଣ ରଥ, ଚିତ୍ତରଞ୍ଜନ ଭୋଇ, ମଣ୍ଡଲ ସଭାପତି ଭୀମସେନ ମଲ୍ଲିକ, ପଂଚାନନ ଗୁରୁ, ପୁଷ୍ପକ ଗାଇଗରିଆ, କୁଷ୍ଣଚନ୍ଦ୍ର ସାଥୁଆ, ଦୀପକ କୁମାର ପ୍ରଧାନ, ଜିଲ୍ଲା ଯୁବମୋର୍ଚାର ସଂଯୋଜକ ଅମିତ ପଣ୍ଡା, ରବିନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଅତାବିରା ବ୍ଲକ୍‌ର ୨ ହଜାରରୁ ଅଧିକ ଲୋକ ବିଜେପି ଦଳରେ ନୂତନ ଭାବେ ଯୋଗଦାନ କରିଥିଲେ । ଏହି ମିଶ୍ରଣ ପର୍ବ ମଣ୍ଡଳୀର ସମସ୍ତ ମଣ୍ତଳରେ ମିଶ୍ରଣ ପର୍ବ କରାଯିବ ବୋଲି ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ସୂଚନା ଦେଇଛନ୍ତି । ଜୟଶ୍ରୀ ରାମ, ବିଜେପି ଜିନ୍ଦାବାଦ୍, ନରେନ୍ଦ୍ର ମୋଦୀ ଜିନ୍ଦାବାଦ୍, ନିହାର ମହାନନ୍ଦ ଜିନ୍ଦାବାଦ୍, ପ୍ରଦୀପ ପୁରୋହିତ ନାରାରେ ସଭାସ୍ଥଳ ଉଛୁଳି ପଡୁଥିଲା । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅର୍ଚ୍ଚନା ବାଗ ।

Leave A Reply

Your email address will not be published.

one × one =