pakka

ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ମିଶ୍ରଣ ପର୍ବ : କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଲେ ୪୧ ଜଣ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ କୁଟୁମ୍‌ଡୋଲାର ୨୦ ଜଣରୁ ଅଧିକ ଏବଂ ଭୁଣ୍ଡିମୁହାଣ ପଞ୍ଚାୟତ ଓ ଗ୍ରାମର ୨୧ ଜଣରୁ ଅଧିକ କଂଗ୍ରେସ କର୍ମୀ କଂଗ୍ରେସ ଦଳ ଛାଡ଼ି ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ମିଶ୍ରଣ ପର୍ବରେ ରିଙ୍କୁ ପୁରୋହିତ, ବନମାଳୀ ପାଣ୍ଡେ ଓ ସୁନ୍ଦର ସାହୁଙ୍କ ନେତୃତ୍ୱରେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱ ଓ ବଲାଙ୍ଗିରର ବିକାଶ କାର୍ଯ୍ୟକୁ ଦେଖି ସମସ୍ତେ ବିଜେଡ଼ିରେ ମିଶିଥିବା କହିଛନ୍ତି । ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ବିକାଶ କାମରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡ଼ିରେ ସାମିଲ୍‌ ହୋଇଥିବା ମତବ୍ୟକ୍ତ କରିଛନ୍ତି । ନୂତନ ଭାବେ ବିଜେଡ଼ିରେ ଯୋଗଦାନ କରିଥିବା ସଦସ୍ୟମାନେ ଆହୁରି କହୁଛନ୍ତି ଯେ, ବିଜେଡ଼ି ତୃଣମୂଳ ସ୍ତରରେ ବିକାଶକୁ ଗୁରୁତ୍ୱ ଦେବା ସହ ଓଡ଼ିଶାବାସୀଙ୍କୁ ସମସ୍ତ ଦିଗରେ ସମୃଦ୍ଧ କରିବା ପାଇଁ କାମ କରୁଛି । ବିଜେଡ଼ିର ଏଭଳି ଜନହିତକର କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଜେଡ଼ିକୁ ଆହୁରି ବଳିଷ୍ଠ କରିବା ପାଇଁ ସମସ୍ତେ ବିଜେଡ଼ିରେ ସାମିଲ୍‌ ହୋଇଥିବା କହିଛନ୍ତି । ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ମନ୍ମଥ ନାରାୟଣ ସିଂହଦେଓ, କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି, ବରିଷ୍ଠ ନେତା କୁଳମଣି ମେହେର ଓ ପ୍ରଭାତ ପାଣିଗ୍ରାହୀ ସମସ୍ତ ନୂତନ ସଦସ୍ୟମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

sixteen + 10 =