pakka

ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୨ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରକାଶ ପାଇଲା ନିର୍ବାଚନ ବିଜ୍ଞପ୍ତି

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଆଜି ନିର୍ବାଚନ ହେବାକୁ ଥିବା ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୬୪- ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୬୫- ସୁବର୍ଣ୍ଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶିତ ହୋଇଯାଇଛି । ବିଜ୍ଞପ୍ତି ଅନୁଯାୟୀ ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା ବଲାଙ୍ଗିର ସଂସଦୀୟ କ୍ଷେତ୍ର ନିମନ୍ତେ ମେ ୨୦ ତାରିଖରେ ସକାଳ ୭ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲାର ୫୮୬ ମତଦାନ କେନ୍ଦ୍ରରେ ଭୋଟ୍‌ ଗ୍ରହଣ କରାଯିବ । ଆଜିଠାରୁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଆସନ୍ତା ତା ୦୩/୦୫/୨୪ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଦାଖଲ କରିପାରିବେ । ଆଜିଠାରୁ ଦିବସର ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ (ସାଧାରଣ ଛୁଟି ଦିନ ବ୍ୟତୀତ) ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଦାଖଲ କରିପାରିବେ । ଆଜି ପ୍ରଥମ ଦିନରେ ୬୪- ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅଥବା ୬୫- ସୁବର୍ଣ୍ଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କୌଣସି ପ୍ରାର୍ଥୀ ପତ୍ର ଦାଖଲ ହୋଇନଥିବା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜଣାପଡିଛି । ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ ତଥ୍ୟକୁ ସହଜ ଓ ସରଳ ଉପଲବ୍ଧ କରିବା ନିମନ୍ତେ ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସହାୟତା କେନ୍ଦ୍ର ଖୋଲାଯାଇଛି ।

jay balangir
Leave A Reply

Your email address will not be published.

4 + 7 =