pakka

ସେଞ୍ଚୁରିଅନ୍‌ ବିଦ୍ୟାଳୟରେ ଇଂରାଜୀ କବିତା ପାଠୋତ୍ସବ ‘ପଏମ୍‌ ପାଲୁଜା’ ଉଦ୍‌ଯାପିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାହିତ୍ୟ ସମାଜର ହିତ କରିଥାଏ । ପ୍ରାଚୀନ ଯୁଗରୁ ପଦ୍ୟହିଁ ସାହିତ୍ୟର ପ୍ରଥମ ରୂପ ରୂପେ ପରିଚିତ ହୋଇଆସିଛି । ପଦ୍ୟର ଥିବା ଅନ୍ତର୍ନିହିତ ତତ୍ତ୍ୱ ମଣିଷକୁ ଶିକ୍ଷିତ, ମାର୍ଜିତ କରି ଗଢି ତୋଳି ଥାଏ । ପଦ୍ୟ ବା କବିତାର ଏହି ଗୁରୁତ୍ତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ଛାତ୍ର, ଛାତ୍ରୀଙ୍କୁ ଅବଗତ କରାଇବା ପାଇଁ ସେଞ୍ଚୁରିଅନ୍‌ ବିଦ୍ୟାଳୟର କତ୍ତୃପକ୍ଷ ଆଜି ଏକ ଇଂରାଜୀ କବିତା ପାଠୋତ୍ସବ ବା ‘ପଏମ୍‌ ପାଲୁଜା’ ଆୟୋଜିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏକାଦଶ କଳା, ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀର ୨୨ ଜଣ ଛାତ୍ର, ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଛାତ୍ର, ଛାତ୍ରୀମାନେ ବିଭିନ୍ନ ଇଂରାଜୀ କବିତା ଗୁଡିକ ପାଠ କରିବା ସହିତ ତାର ସାରାଂଶର ବିଶ୍ଲେଷଣ କରିଥିଲେ । କାର୍ଯ୍ୟକ୍ରମଟିର ଉଦ୍ଦେଶ୍ୟ ଥିଲା ଛାତ୍ର, ଛାତ୍ରୀମାନଙ୍କ ମଧ୍ୟରେ ଇଂରାଜୀ ଭାଷାର ଶବ୍ଦକୋଷ ଓ ବ୍ୟାକରଣଗତ ଜ୍ଞାନବୃଦ୍ଧି ସହ ସେମାନଙ୍କର ଆତ୍ମବିଶ୍ଵାସ ଓ ବିଶ୍ଲେଷଣାତ୍ମକ ଦକ୍ଷତା ବୃଦ୍ଧି କରିବା । ବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ଯମୁନା ମିଶ୍ର ଏବଂ ସାକୀସ୍ମିତା ଚୋପଦାରଙ୍କ ପ୍ରୋତ୍ସାହନ ଓ ମାର୍ଗଦର୍ଶନରେ ଛାତ୍ର, ଛାତ୍ରୀମାନେ କାର୍ଯ୍ୟକ୍ରମରେ ଉତ୍ତମ ଭାବେ କବିତା ପାଠ ଓ ବିଶ୍ଲେଷଣ କରିଥିଲେ । ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷା ଡ଼. ପୁଣ୍ୟତୋୟା ବିଶ୍ୱାଳ ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମଟି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା । ଅନୁଷ୍ଠାନର ଏଭଳି ନିଆରା ଓ ଅଭିନବ ପ୍ରୟାସକୁ ଅଭିଭାବକ ଓ ଅଭିଭାବିକାମାନେ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି । ସତରେ ବିଦ୍ୟାଳୟର ଏଭଳି ପ୍ରୟାସ ସ୍ୱାଗତ ଯୋଗ୍ୟ ଅଟେ ଓ ଏହା ଛାତ୍ର, ଛାତ୍ରୀଙ୍କ ଇଂରାଜୀ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହୋଇପାରିବ ।

jay balangir
Leave A Reply

Your email address will not be published.

three × 2 =