pakka

ମଦ ଜବତ : ଦୁଇ ଗିରଫ

bbehera

ବିନିକା : ବିନିକା ଅବକାରୀ ବିଭାଗ ପକ୍ଷରୁ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବୈଦିପାଲି ଓ ବନ୍ଧପାଲିରେ ଚଢ଼ଉ କରାଯାଇଛି । ଚଢ଼ଉ ବେଳେ ଅବକାରୀ ବିଭାଗ ୯ ଲିଟର ବିଦେଶୀ ମଦ ଓ ୧୫ ଲିଟର ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ବୈଦିପାଲିର ସୁରୁ ଭୂଏ ଓ ବନ୍ଧପାଲି ଗ୍ରାମର ଜିତୁ ଭୂଏ । ସୂଚନା ଅନୁଯାୟୀ, ଅବକାରୀ ଅଧିକାରୀ ବଲବୀର ଗଡନାୟକଙ୍କ ନେତୃତ୍ୱରେ ଡୁଙ୍ଗୁରିପାଲି ଥାନା ବୈଦିପାଲି ସିଂହ ଢାବା ଏବଂ ବନ୍ଧପାଲି ଗ୍ରାମରେ ଚଢ଼ଉ କରାଯାଇଥିଲା । ଏନେଇ ବିଭାଗ ପକ୍ଷରୁ ଉଭୟଙ୍କ ନାମରେ ମାମଲା ରୁଜୁକରି ଅଭିଯୁକ୍ତଦ୍ଵୟଙ୍କୁ କୋର୍ଟଚାଲାଣ କରାଯାଇଥିଲା । ଜାମିନ ନାମାଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗିୟ ହାଜତକୁ ପଠାଇ ଦିଆଯାଇଛି ।

jay balangir
Leave A Reply

Your email address will not be published.

one × 4 =