pakka

ଅଂଶୁଘାତରେ ମୃତ୍ୟୁ ଅଭିଯୋଗ : ଚାଲିଗଲେ ମାଣ୍ଡିଆପଦର ଗାଁର ଅମର ପାଣ୍ଡେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଜଣେ ଅଂଶୁଘାତରେ ମୃତ୍ୟୁବରଣ କରିଥିବା ଅଭିଯୋଗ ଆଜି ପହଂଚିଛି । ସୂଚନା ଅନୁସାରେ ଲୋଇସିଂହା ବ୍ଲକ୍‌ ଅନ୍ତର୍ଗତ ମାଣ୍ଡିଆପଦର ଗାଁର ଅମର ପାଣ୍ଡେ ଗତ ରାତି ପ୍ରାୟ ୭ଟାରୁ ୮ଟା ମଧ୍ୟରେ ମଜୁରି କାମ କରି ଘରକୁ ଫେରିଥିଲେ । ଘରେ ପହଂଚି ସେ ଟିକେ ଅସୁସ୍ଥତା ଅନୁଭବ କରିଥିବା ବେଳେ ତାଙ୍କ ପାଟିରୁ ଲାଳ ବାହାରିଥିଲା । ପରିବାର ଲୋକେ ତାଙ୍କୁ ତୁରନ୍ତ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ଆଣିଥିଲେ । ଅଥଚ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ସାନ ଭାଇ ଖରାରେ କାମ କରୁଥିବା ହେତୁ ଅଂଶୁଘାତରେ ବଡ଼ଭାଇଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି । ମୃତକ ଅମରଙ୍କ ପରିବାରରେ ତାଙ୍କ ପତ୍ନୀ ଏବଂ ଜଣେ ଛୋଟ ପୁଅ ରହିଥିବା ବେଳେ ପରିବାରରେ ମୃତକ ଏକମାତ୍ର ରୋଜଗାରିଆ ଥିଲେ । ତାଙ୍କ ଅକାଳ ମୃତ୍ୟୁ ପରେ ଏବେ ପରିବାର ଚଳିବା କଷ୍ଟକର ହେବ । ଏଣୁ ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ନିବେଦନ କରିଛନ୍ତି ମୃତକଙ୍କ ଭାଇ ।

jay balangir
Leave A Reply

Your email address will not be published.

five × four =