pakka

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ଵ ଓ ବରିଷ୍ଠ ସଦସ୍ୟ ଅଶୋକ କୁମାର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ଆଲୋଚ୍ୟ ବିଷୟ ଗୋପିନାଥ ମହାନ୍ତିଙ୍କ କୃତିରେ ସାମାଜିକ ଚେତନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଲୋଚକ ଭାବେ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପିକା ଡ. ସୁଷମା ମୋଦି ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରି ଗୋପିନାଥଙ୍କ ସୃଷ୍ଟିରେ ବିଭିନ୍ନ ଚରିତ୍ର ଓ ସାମାଜିକ ଚେତନା ସମ୍ପର୍କରେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରି ଆଲୋଚନା କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଗାଳ୍ପିକ ସଞ୍ଜୀବ କୁମାର ଭୋଇ ଗଳ୍ପ ପାଠ କରିଥିଲେ । ତୃତୀୟ ପର୍ଯ୍ୟାୟରେ କବି ବିଜୟିନୀ ଜେନା ଓ ତ୍ରିଲୋଚନ ସ୍ୱାଇଁଙ୍କ ସଂଯୋଜନାରେ କୁଞ୍ଜବିହାରୀ ରାଉତ, ପ୍ରତାପ କୁମାର ପଣ୍ଡା, ସାଗର ମହାନ୍ତି, ସୁଶାନ୍ତ ନାୟକ, କରୁଣାକର ପାଟ୍ଟଶାଣୀ, ସବିତା ବସ୍ତିଆ, ସସ୍ମିତା ପ୍ରଧାନ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ଆଲୋଚ୍ୟ ବିଷୟ ସମ୍ପର୍କରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ ଗାଳ୍ପିକ କାଶୀନାଥ ନନ୍ଦୀ କବିତା, ଗଳ୍ପ ଓ ଆଲୋଚ୍ୟ ବିଷୟରେ ପାଠକୀୟ ମନ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ରାଧାକାନ୍ତ ମିଶ୍ର, ପ୍ରବୀର କୁମାର ଦୁବେ, କୈଳାଶ ପାଣିଗ୍ରାହୀ, ମନୋଜ କୁମାର ପଣ୍ଡା, ମୀନତି ମୋଦୀ, ପ୍ରଦୀପ କୁମାର ପଟ୍ଟନାୟକ, ଅର୍ଚ୍ଚନା ମହାନ୍ତି, ଡ଼. ସନାତନ ପ୍ରଧାନ, ଶାସ୍ୱତ ଶେଖର ସାମଲ, ଅକ୍ଷୟ ସାମଲ, କାଶୀନାଥ ପାତ୍ର, ସୁଶିଲ କୁମାର ଜେନା, ନଳିନୀକାନ୍ତ ଧର, ପଞ୍ଚାନନ ପାତ୍ର, ଅଶୋକ ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଂଯୋଜକ ଶ୍ରୀ ବଳ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

5 × one =

error: Content is protected !!