oom

ମିଛାପାଲିରେ ଆଦିବାସୀ ମେଲି : ଦଳୀୟ ପ୍ରାର୍ଥୀଙ୍କୁ ଆଦିବାସୀ ସହଯୋଗ କଲେ କାର୍ଯ୍ୟାନୁଷ୍ଠାନ

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ବିଧାନସଭା କ୍ଷେତ୍ରରେ ଆଦିବାସୀ ସଙ୍ଗଠନ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜୟୀ ହେବା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି । ଆଦିବାସୀଙ୍କୁ ସାଧୀନ ଭାବରେ ପ୍ରାର୍ଥୀ କରି ବିଜୟୀ କରି ବିଧାନସଭାକୁ ପଠାଇବୁ ବୋଲି ଗଣ୍ଡ ସମାଜର ଇଷ୍ଟ ଦେବତା ବୁଢାଦେଓଠାରେ ଶପ‌ଥ ନେଉଛନ୍ତି । ଶନିବାର କୋମନା ବ୍ଲକ ମିଛାପାଲିଠାରେ ଆଦିବାସୀମାନଙ୍କ ଏକ ମହାମେଳି ଅନୁଷ୍ଠିତ ହୋଇଯାଇଛି । ଗଣ୍ଡ ସମାଜ ଜିଲ୍ଲା ସଭାପତି ଦିବ୍ୟସିଂ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଘାସିରାମ ମାଝି, ଖାମସିଂ ମାଝି, ସୋମନାଥ ଖମାରି, ଭାନୁ ପ୍ରତାପ ସିଂ ମାଝି, ହେମଦେବ ମାଝି, ସରୋଜିନୀ ମାଝି, ଅନୁପ ସିଂ ମାଝି, ଚିତ୍ତରଞ୍ଜନ ବନଗୋଳା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ମଞ୍ଚାସୀନ ଥିଲେ । ଆଦିବାସୀଙ୍କୁ ଅଣଦେଖା କରି କୌଣସି ଦଳ ଟିକେଟ୍‌ନ ଦେବାରୁ ଜିଲ୍ଲାରେ ୧୨ ଜାତିର ଆଦିବାସୀ ସମାଜ ଏକତ୍ରିତ ହୋଇ ଶକ୍ତି ପ୍ରଦର୍ଶନ କରିବା ସହ ଘାସିରାମ ମାଝିଙ୍କୁ ସାଧୀନ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି । ନିର୍ବାଚନରେ ସାଧୀନ ପ୍ରାର୍ଥୀ ଘାସିରାମ ମାଝିଙ୍କୁ ବିଜୟୀ କରିବୁ ବୋଲି ଶପଥ ନେଇଛନ୍ତି । ଆଦିବାସୀ ସମାଜର ମହିଳା କିମ୍ବା ପୁରୁଷ କୌଣସି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର, ଶୋଭାଯାତ୍ରା ଓ ଦଳୀୟ କାର୍ଯ୍ୟକ୍ରମରେ ଭାଗନ ନେବା ପାଇଁ ସଂକଳ୍ପ ନେଇଛନ୍ତି । କୌଣସି ରାଜନୈତିକଦଳରେ ପ୍ରଚାର କଲେ କିମ୍ବା ସମାଜର ଅବମାନନା କଲେ ସମାଜର ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପରି ନେଇଛନ୍ତି । ସନ୍ତରାମ ମାଝି ମଞ୍ଚ ପରିଚାଳନା କରିଥିବା ବେଳେ ବଂଶୀଧର ଧରୁଆ, ଭକ୍ତବନ୍ଧୁ ଧରୁଆ, କମଲେଶ ଠାକୁର, ଭକ୍ତରାମ ଶବର, ପଦ୍ମନୀମାଝି, ସୁରସିଂ ମାଝି, ସୁମିତ୍ରା ମାଝି, ସସ୍ମିତା ମାଝି, ଦୁଲୁରାମ ମାଝି, ଦୁର୍ଗା ପ୍ରସାଦ ମାଝି ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.