jsm

ମଧୁସୂଦନ ଦାଶଙ୍କୁ ମିଳିଲା କୋସଲ ସାହିତ୍ୟ ରତ୍ନ ୨୦୨୪

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ଆଦର୍ଶ ପଡା, ବଲାଙ୍ଗିରର ସର୍ବୋଚ୍ଚ ରାଜ୍ୟ ସ୍ତରୀୟ ସମ୍ମାନ ମିଳିଛି ବିଶିଷ୍ଟ ଅନୁବାଦକ ମଧୁସୂଦନ ଦାଶଙ୍କୁ । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଲେଜଛକ୍ ବଲାଙ୍ଗିରଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଶ୍ରୀଦାଶଙ୍କୁ କୋସଲ ସାହିତ୍ୟ ରତ୍ନ ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ୪ଟି ପୁସ୍ତକର କୋସଲୀ ଅନୁବାଦ ପାଇଁ ମିଳିଛି ତାଙ୍କୁ ଏଇ ସମ୍ମାନ । କାର୍ଯ୍ୟକ୍ରମରେ ଉଦ୍‌ଘାଟକ ବିଶିଷ୍ଟ ରାଜନୀତିଜ୍ଞ ତଥା ପ୍ରବକ୍ତା ଯଜ୍ଞେବର ବାବୁ, ମୁଖ୍ୟ ଅତିଥି ବ୍ୟଙ୍ଗ କବି ରସରାଜ ଅଚ୍ୟୁତ ପୁରୋହିତ, ସମ୍ମାନିତ ଅତିଥି ସ୍ଥାନୀୟ ଶିଶୁ ମନ୍ଦିର ସଭାପତି ତ୍ରିବିକ୍ରମ ଦାଶ, ମୁଖ୍ୟ ବକ୍ତା ଅଧ୍ୟାପକ ଡ. ଲକ୍ଷ୍ମଣ କୁମାର ମେହେର, ପ୍ରତିଭା କମିଟିର ସଭାପତି ଡା. ଚିତ୍ତରଞ୍ଜନ ମିଶ୍ର, ଉପସଭାପତି ବୈଦ୍ୟ ଶିରୋମଣି ଝସକେତନ ଗୁରୁ, ସମ୍ପାଦକ କବିଶ୍ରୀ ନବକିଶୋର ବେହେରା ମଞ୍ଚାସୀନ ଥିଲେ । ପ୍ରକାଶ ଥାଉ କି ସାମ୍ବାଦିକତା ପାଇଁ ବଲାଙ୍ଗିରର କବି ଆନନ୍ଦ ଚନ୍ଦ୍ର ସାହୁ, ଓଡ଼ିଆ ସାହିତ୍ୟର ବୃହତ୍ ସାହିତ୍ୟ ସଙ୍କଳନ ମନସ୍ୱିନୀର ପ୍ରତିଷ୍ଠାତା ମୁଖ୍ୟ ସମ୍ପାଦକ କବି ସାରଥି ଡ଼. ଗିରିଜା ଶଙ୍କର ଚନ୍ଦନ ମହାପାତ୍ର କଟକଙ୍କୁ ଯଥା କ୍ରମେ ସାମ୍ବାଦିକ ରତ୍ନ ଏବଂ ସାହିତ୍ୟ ରତ୍ନରେ ସମ୍ମାନିତ କରାଯାଇଛି । ଏହା ଛଡା ସାହିତ୍ୟର ଧର୍ମ ଶୀର୍ଷକ ଉପରେ ବକ୍ତାମାନେ ମତ ବ୍ୟକ୍ତ କରି କହିଥିଲେ ଯେ, ସାହିତ୍ୟ ସମାଜର ପ୍ରତ୍ୟେକ ବ୍ୟକ୍ତିକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଲା ପରି ରଚନା ହେବା ଉଚିତ୍‌ । ସ୍ୱାସ୍ଥ୍ୟ, ସାହିତ୍ୟ, ଶିକ୍ଷା, କଳା, ଜଙ୍ଗଲ ଓ ପରିବେଶ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ଲୁକ୍କାୟିତ ପ୍ରତିଭା ଚୟନ କରି ସମ୍ବର୍ଦ୍ଧିତ କରାଯାଇଥାଏ । ଦ୍ୱିତୀୟ ପର୍ଯ୍ୟାୟରେ ଡ଼. ଭବାନୀ ଶଙ୍କର ପଟେଲ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ହୃଷିକେଶ ପୁରୋହିତ, ବନବାସ ମେହେର, ଦେବେନ୍ଦ୍ର କୁମାର ନାଏକ, ସବିତା ମହରା ମଞ୍ଚାସୀନ ଥିବା ବେଳେ କବି ସୁରଥ ସାହୁ ଓ କବୟିତ୍ରୀ ଚୁମକୀ ଦାଶ କବିତା ସଂଯୋଜନା କରି ଅତିଥିମାନଙ୍କ ଦ୍ଵାରା ସମସ୍ତଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । କବି ସୁଶାନ୍ତ ବାଗ ମାନପତ୍ର ପାଠ କରିଥିଲା ବେଳେ କୋଷାଧ୍ୟକ ରାଧାକାନ୍ତ ସାହୁ ଧନ୍ୟବାଦ୍‌ ଦେଇ ଥିଲେ । ଏକ ମାତ୍ର ଶିଶୁ କବିତା ପାଠକ ନିଶୀଥ ବେହେରା ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ।

yuvodaya
Leave A Reply

Your email address will not be published.